ମମିତା ମେହେର ହତ୍ୟା ମାମଲା : ଚର୍ଚ୍ଚାରେ ଥିବା ମହାଲିଙ୍ଗ କଲେଜରେ ଜିଲ୍ଲା ପ୍ରଶାସନର ଖୋଳତାଡ଼

କାଗଜ ପତ୍ର ଯାଂଚ ସହ ଅନ୍ୟାନ ତଥ୍ୟ ସଂଗ୍ରହ; ନୂଆ ପରିଚାଳନା କମିଟି ଗଠନ ନେଇ ହେଲା ଆଲୋଚନା

151

କନକ ବ୍ୟୁରୋ : ମମିତା ହତ୍ୟା ଘଟଣା ପରେ ଚର୍ଚ୍ଚାରେ ଥିବା କଳାହାଣ୍ଡିର ମହାଲିଙ୍ଗ କଲେଜରେ ଜିଲ୍ଲା ପ୍ରଶାସନର ଖୋଳତାଡ ଆରମ୍ଭ ହୋଇଛି । ଧର୍ମଗଡ ଉପଜିଲ୍ଲାପାଲଙ୍କ ନେତୃତ୍ୱରେ ଏକ ଟିମ୍ କାଗଜପତ୍ର ଯାଂଚ କରିବା ସହ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରିଛନ୍ତି । ମମିତାଙ୍କ ହତ୍ୟାକାଣ୍ଡ ନେଇ ପ୍ରଶାସନିକ ଟିମ ଯାଂଚ କରିଥିବା ଜଣାପଡିଛି ।

ନୂଆ ପରିଚାଳନା କମିଟି ଗଠନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ପ୍ରଶାସନିକ ଟିମ୍ ମହାଲିଙ୍ଗ କଲେଜକୁ ଯାଇ କଲେଜ ଅଧ୍ୟକ୍ଷ ଓ ଅନ୍ୟ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି । ମହାଲିଙ୍ଗ କଲେଜ ଷ୍ଟାଡିୟମରେ ମମିତାଙ୍କୁ ହତ୍ୟା ପରେ ପୋତିଦେଇଥିଲେ ଗୋବିନ୍ଦ ସାହୁ । ଘଟଣାରେ ଗୋବିନ୍ଦ ସାହୁ ଗିରଫ ହୋଇସାରିଛନ୍ତି । ତେବେ ହତ୍ୟାର କେନ୍ଦ୍ରସ୍ଥଳ ମହାଲିଙ୍ଗ କଲେଜକୁ ନେଇ ଚର୍ଚ୍ଚା ଜାରି ରହିଛି ।