ମମିତା ହତ୍ୟାକାଣ୍ଡ ଘଟଣାରେ ଗୋବିନ୍ଦ ସାହୁର ସହଯୋଗୀ ଗିରଫ । ରାଧେଶ୍ୟାମ ଚଣ୍ଡିଙ୍କୁ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର କରିବ ପୁଲିସ 

171

କନକ ବ୍ୟୁରୋ : ମମିତା ହତ୍ୟାକାଣ୍ଡ ମାମଲାରେ ଗୋବିନ୍ଦଙ୍କ ସହଯୋଗୀ ଗିରଫ । ସନସାଇନ୍ କଲେଜ ମାଲିକ ଗୋବିନ୍ଦ ସାହୁଙ୍କ ସହଯୋଗୀ ରାଧେଶ୍ୟାମ ଚଣ୍ଡିଙ୍କୁ ଗିରଫ କରିଛି ବଲାଙ୍ଗୀର ପୁଲିସ । ଆଜି ରାଧେଙ୍କୁ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର କରାଯିବ । ହତ୍ୟାକାଣ୍ଡରେ ତାଙ୍କ ସଂପୃକ୍ତି ନେଇ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରିଛି ବଲାଙ୍ଗୀର ପୁଲିସ । ଏହି ଜଘନ୍ୟ ହତ୍ୟା ମାମଲାରେ ଗୋବିନ୍ଦଙ୍କ ଜେସିବି ଡ୍ରାଇଭର ଓ ଜଣେ କର୍ମଚାରୀ ରାଜସାକ୍ଷୀ ହେବେ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ଏହି ଘଟଣାରେ ଛାତ୍ରୀ ଓ  ଶିକ୍ଷକଙ୍କୁ ପଚରାଉଚରା କରାଯାଉଛି । ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନାରେ ସନସାଇନ୍ କଲେଜର ଜଣେ ଛାତ୍ରୀ ଓ ଜଣେ ଶିକ୍ଷକଙ୍କୁ ପଚରାଉଚରା କରାଯାଉଛି ।

ମହାଲିଙ୍ଗ କଲେଜ ଅଧ୍ୟାପିକା ମମିତା ମେହେରଙ୍କ ହତ୍ୟାକାଣ୍ଡରେ ଗୋବିନ୍ଦ ସାହୁ ଗିରଫ ହେବା ପରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ହତ୍ୟା ମାମଲାରେ ଜଣକ ପରେ ଜଣେ ସମ୍ପୃକ୍ତ  ଥିବା ନେଇ ତଦନ୍ତରୁ ପର୍ଦ୍ଦାଫାସ ହେଉଛି । ଆଜି ପୁଣି ମମିତାଙ୍କ ମୃତ ଦେହ ପୋତାଯାଇଥିବା ସ୍ଥାନକୁ ପୋଲିସ ଯାଇ ଖୋଳତାଡ କରିଛି । ଏହି ହତ୍ୟା ମାମଲାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ସେନେଇ ତଦନ୍ତ ଜାରି ରହିଛି ।