ମମିତା ମେହେରଙ୍କ ଗାଁରେ ପଡିଛି ତାଲା । ଗାଁରେ ଛାଇଯାଇଛି ନୀରବତା ।

182

କନକ ବ୍ୟୁରୋ: ଗୋଟିଏ ପଟେ ମମିତା ମେହେର ନିଖୋଜ ଘଟଣାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିବାବେଳେ ଏବେ ତାଙ୍କ ଗାଁରେ ଥିବା ଘରେ ତାଲା ପଡିଥିବା ଦେଖିବାକୁ ମିଳିଛି । କଣ୍ଟାବାଂଝୀ ନିକଟ ଝରଣୀ ଗାଁରେ ଥିବା ମମିତାଙ୍କ ଘରେ ତାଲା ପଡିଥିବା ନଜର ଆସିଛି । ତେବେ ଗାଁ ଲୋକ ଏବେ ବି ମମିତାଙ୍କ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରୁନାହାଁନ୍ତି ।

ଅନ୍ୟପଟେ ମମିତାଙ୍କ ପରିବାର ଲୋକମାନେ ମଧ୍ୟ ଗଣମାଧ୍ୟମକୁ କିଛି ପ୍ରତିକ୍ରିୟା ଦେଇନାହାଁନ୍ତି । ତେବେ ପୂରା ଗାଁରେ ଏକ ପ୍ରକାରର ନୀରବତା ଦେଖିବାକୁ ମିଳିଛି । ଆଜି ଷ୍ଟାଡିୟମରୁ ଗଳିତ ମୃତଦେହ ଉଦ୍ଧାର ହେବା ପରେ ଏହା ମମତାଙ୍କର ନା ଆଉ କାହାର ତାକୁ ନେଇ ମଧ୍ୟ ଗାଁରେ ଚର୍ଚ୍ଚା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଗତ ୮ ତାରିଖରେ ମମିତା ଗାଁରୁ ବାହାରି ସ୍କୁଲକୁ ଯାଉଥିଲେ । ଏହି ସମୟରେ ରାସ୍ତାରୁ ହଠାତ୍ ସେ ନିଖୋଜ୍ ହୋଇଯାଇଥିଲେ । ତେବେ ସେ କୁଆଡେ ଗଲେ ଓ କିପରି ନିଖୋଜ ହେଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ । ତେବେ ଶେଷ ସିସିଟିଭ୍ ଭିଜୁଆଲ୍ ମୁତାବକ ମମତା ଶେଷ ଥର ପାଇଁ ଗୋବିନ୍ଦଙ୍କ ଗାଡିରେ ବସି କଲେଜକୁ ଯାଇଥିଲେ । ଏନେଇ ସେ ତାଙ୍କ ମାଙ୍କୁ ମଧ୍ୟ ସୂଚନା ଦେଇଥିଲେ । ହେଲେ ଏହାପରଠାରୁ ତାଙ୍କର ଆଉ କୌଣସି ପତ୍ତା ମିଳିନଥିଲା ।