କନକ ବ୍ୟୁରୋ : ମମିତା ମୃତ୍ୟୁ ହତ୍ୟାକାଣ୍ଡ ମାମଲା । ଯେଉଁ ଘଟଣା ସାରା ଓଡିଶାରେ ଚହଳ ସୃଷ୍ଟି କରିଛି । ଯାହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ନାରାବାଜି ଲାଗି ରହିଛି । ଆଉ ଏହାରି ଭିତରେ ମୁହଁ ଖୋଲିଛନ୍ତି ମମିତାଙ୍କ ବାପା । ସେ ହାତ ଯୋଡି ଝିଅକୁ ନ୍ୟାୟ ମିଳିବା ନେଇ ଗୁହାରି କରିଛନ୍ତି । ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ସେ ଫାଶୀ ଦଣ୍ଡ ଦାବି କରିଛନ୍ତି ।

Advertisment

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଆଜି ବିଜେପି ପକ୍ଷରୁ ଆଜି ସମ୍ବଲପୁର ଜିଲ୍ଲା ୧୨ ଘଂଟିଆ ବନ୍ଦ । ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା, ମାମଲାର ସିବିଆଇ ତଦନ୍ତ ଏବଂ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦାବିରେ ଏହି ବନ୍ଦ ଡାକରା ଦେଇଛି ବିଜେପି ।

ସକାଳୁ ସକାଳୁ ସମ୍ବଲପୁରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ରହିଥିବା ବେଳେ ବିଜେପି କର୍ମୀମାନେ ସହରରେ ପିକେଟିଂ କରୁଥିବା ଦେଖିବାକୁ ମିଳିଛି । ଉଭୟ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ ପିକେଟିଂ କରାଯାଉଥିବା ଦେଖିବାକୁ ମିଳିଛି ।