କନକ ବ୍ୟୁରୋ: ମମିତା ମେହେରଙ୍କ ପରିବାରକୁ ୧୦ ଲକ୍ଷ । ପିଡୀତା ସହାୟତା ରାଶି ବାବଦରେ ମିଳିବ ୧୦ଲକ୍ଷ ଟଙ୍କାର ସହାୟତା ରାଶି । ବଲାଙ୍ଗୀର ଜିଳ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ସହାୟତା ରାଶି ଯୋଗାଇଦେବା ପାଇଁ ଆବେଦନ କରିଥିଲେ ମମିତାଙ୍କ ଭାଇ ବଣ୍ଟି ମେହେର । ବଣ୍ଟିଙ୍କ ଆବେଦନକୁ ବିଚାରକୁ ନିଆଯାଇ ସହାୟତା ରାଶି ରୂପେ ଟଙ୍କା ମଞ୍ଜୁର କରାଯାଇଛି । ପ୍ରାଧିକରଣର ଏହି ପଦକ୍ଷେପକୁ ସ୍ଥାନୀୟ ବାସିନ୍ଦା ସ୍ୱାଗତ କରିଛନ୍ତି ।
ପିଡୀତା ସହାୟତା ରାଶି ପାଇଁ ୨୬ଟି ଆବେଦନ ହୋଇଥିବା ବେଳେ ୨୩ଟି ଆବେଦନକୁ ଗ୍ରହଣ କରିଥିଲା କମିଟି । ମମିତା ମେହେର ମହାଲିଙ୍ଗ କଲେଜର ପ୍ରିନ୍ସିପାଲ ଥିଲେ । ଗୋବିନ୍ଦ ମେହେର ମମିତାଙ୍କୁ ହତ୍ୟା କରିବା ପରେ ପୋତି ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/vlcsnap-2023-04-21-15h21m04s525.jpg)