ମମିତା ମେହେର ହତ୍ୟା ମାମଲା : ପୁଣି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଘେରିଲା କଂଗ୍ରେସ

ସାମ୍ବାଦିକ ସମ୍ମିଳନୀ କରି ନେତା କହିଲେ, ବସଙ୍କ ବିରୋଧରେ କେମିତି ତଦନ୍ତ କରିବ ପୁଲିସ; ପ୍ରମାଣ ଥିଲେ ଅଦାଲତକୁ ଯିବା ପାଇଁ ଆହ୍ୱାନ ଦେଲା ବିଜେଡି

137

କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲାରେ ପୁଣି ଗୃହ ରାଷ୍ଟ୍ରମନ୍ତ୍ରି କ୍ୟାପଟେନ ଦିବ୍ୟଶଙ୍କର ମିଶଙ୍କୁ ଘେରିଲା କଂଗ୍ରେସ । କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି, ବିଜେଡି କହିଲା ପ୍ରମାଣ ଦେଲେ କାର୍ଯ୍ୟାନୁଷ୍ଠାନ ଏବଂ ଅଦାଲତକୁ ଯିବା କଥା ମଧ୍ୟ କହିଲେ, ତେବେ ଯଦି ଅଦାଲତ ତଦନ୍ତ କରିବ ତେବେ ପୋଲିସ କଣ କରିବ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ବସ୍ଙ୍କ ବିରୋଧରେ ପୋଲିସ କିପରି ତଦନ୍ତ କରିବ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ମନ୍ତ୍ରୀ ଗଣମାଧ୍ୟମରେ ହାଲୁକା ବିବୃତି ଦେଇ ଖସିପାରିବେ ନାହିଁ, ସମ୍ପୃକ୍ତି ଅଛି କି ନାହିଁ, ହଁ କିମ୍ବା ନାଁରେ ଉତର ଦିଅନ୍ତୁ ବୋଲି କହିଛନ୍ତି ସତ୍ୟପ୍ରକାଶ ନାୟକ । ପୋଲିସ ଦିବ୍ୟଶଙ୍କରଙ୍କୁ କାହିଁକି ଜେରା କରୁନି କି ତଦନ୍ତ ପରିସରକୁ ନେଉନାହାନ୍ତି । ଏବଂ ରାୟପୁର ବୈଠକ ସମ୍ବନ୍ଧରେ କାହିଁକି ସିଡିଆର ଯାଂଚ ହେଉନି କି ପୋଲିସ ସ୍ପଷ୍ଟ କରୁନି କି ମନ୍ତ୍ରୀ ସେଠାକୁ ଯାଇନାହାନ୍ତି । ଏହାସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରକ୍ତ ଯଦି ଫର୍ଜିର ନୁହେଁ ଫୌଜିର ତେବେ ସେ ଇସ୍ତଫା ଦିଅନ୍ତୁ । ୧୦ଦିନ ମଧ୍ୟରେ ଇସ୍ତଫା ନଦେଲେ ଓଡ଼ିଶା ବନ୍ଦ କରିବ କଂଗ୍ରେସ ।

ସେପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡିର ଗୋଟିଏ ଷ୍ଟାଣ୍ଡ ଆଇନ ଅନୁଯାୟୀ କାର୍ଯ୍ୟ ହେବ ବୋଲି କହିଛି ଦଳ । ମମିତା ମେହେର ହତ୍ୟା, ମନ୍ତ୍ରୀଙ୍କ ଇସ୍ତଫା ଓ କଂଗ୍ରେସର ଓଙ୍ଗ଼ିଶା ବନ୍ଦ ପ୍ରସଙ୍ଗରେ ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ରାଜନୈତିକ ଦଳ ରାଜନୀତି ପାଇଁ ତାଙ୍କ କାର୍ଯ୍ୟ କରୁଛନ୍ତି, କିନ୍ତୁ ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି, ଯିଏ ଦୋଷୀ ହୋଇଥିବା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି ବିଜେଡି ।