ପୋଡିବା ପୂର୍ବରୁ ଖଣ୍ଡ ଖଣ୍ଡ କରି କଟା ଯାଇଥିଲା ମମିତାଙ୍କ ମୃତଦେହ : ସାଇଣ୍ଟିଫିକ୍ ଟିମ୍ ଅଧିକାରୀଙ୍କ ସୂଚନା, ପୋଡିବା ସହଜ କରିବାକୁ କରାଯାଇଥିବା ଏପରି କାଣ୍ଡ

1,394

କନକ ବ୍ୟୁରୋ : ମମିତା ହତ୍ୟା ମାମଲାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଜି ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । କେତେ ବିଭତ୍ସ ଏହି ହତ୍ୟାକାଣ୍ଡ ? ମମିତାଙ୍କୁ ମାରି ପୋଡିବା ଆଗରୁ ମୃତଦେହକୁ ଖଣ୍ଡଖଣ୍ଡ କରି କଟାଯାଇଥିବା ବୋଲି ଜଣାପଡିଛି । ପୋଡିବା ପୂର୍ବରୁ ଖଣ୍ଡଖଣ୍ଡ କରି କଟାଯାଇଥିଲା । ତଦନ୍ତ କରୁଥିବା ସାଇଣ୍ଟିଫିକ୍ ଟିମର ଜଣେ ଅଧିକାରୀଙ୍କ ସୂଚନା । ପୋଡିବା ସହଜ କରିବାକୁ ଏଭଳି ଖଣ୍ଡଖଣ୍ଡ କଟାଯାଇଥିଲା । ଗୋବିନ୍ଦ ଓ ତାଙ୍କ ସହଯୋଗୀ ଏଭଳି କରିଥିବା ପୋଲିସର ସନ୍ଦେହ । ମମିତାଙ୍କ ମୃତଦେହ ପ୍ରାୟ ନଷ୍ଟ ହୋଇଯାଇଥିଲା । ତଳେ କାଠ ପ୍ଲାଏ ଉପରେ ଟାୟାର ରଖି ପୋଡାଯାଇଥିଲା ।

ସେପଟେ, କିନ୍ତୁ ପ୍ରଶ୍ନ ଉଠୁଛି, ମମିତାଙ୍କ ମୋବାଇଲ କେଉଁଠି । ମମିତାଙ୍କୁ, ଗୋବିନ୍ଦ ସାହୁ ହତ୍ୟା କରିଥିବା ପୁଲିସ ସ୍ପଷ୍ଟ କରିଥିଲେ ବି ମମିତାଙ୍କ ମୋବାଇଲ ନେଇ ଏ ଯାଏଁ ଚୁପ ରହିଛି । ମମିତାଙ୍କ ମୋବାଇଲରେ ବଡ ପ୍ରମାଣ ରହିଛି ବୋଲି ଚର୍ଚ୍ଚା ହୋଇଛି । ମୋବାଇଲରୁ ଅନେକ ତଥ୍ୟ ମିଳିବ ବୋଲି କୁହାଯାଇଛି । ଘଟଣା ପୂର୍ବରୁ କଣ ଘଟିଥିଲା, ମମିତା କାହା ସହ ଫୋନରେ କଥା ହୋଇଥିଲେ , ଗୋବିନ୍ଦ ସାହୁଙ୍କ କାରରେ ଯିବା ପୂର୍ବରୁ କଣ ହୋଇଥିଲା ମୋବାଇଲ ମିଳିଲେ ଜଣାପଡିବ ବୋଲି କୁହାଯାଉଛି । ମୋବାଇଲରେ ରହିଛି କି ବଡ ପ୍ରମାଣ । ମୋବାଇଲ ମିଳିଲେ କିଛି ଗୁମର ଖୋଲିବ ବୋଲି କୁହାଯାଇଛି । ମୋବାଇଲରେ କିଛି ଦୃଶ୍ୟ ଥିଲା କି ? ଏହାକୁ ନେଇ ଗୋବିନ୍ଦ ଓ ମମିତାଙ୍କ ମଧ୍ୟରେ ତିକ୍ତତା ଓ ଗଣ୍ଡଗୋଳ ହୋଇଥିଲା କି । ମୋବାଇଲରେ କିଛି ତଥ୍ୟ ଦେଖିବା ପରେ ଗୋବିନ୍ଦ ସାହୁ ରାଗିଯାଇ ଚରମ ପଦ କ୍ଷେପ ନେଇଥିଲେ କି ?