ମମିତା ମେହେର ହତ୍ୟା ମାମଲା : ଆଜି ହାଇକୋର୍ଟରେ ହେବ ଶୁଣାଣି

ଉପଯୁକ୍ତ ତଦନ୍ତ ଓ ତ୍ୱରିତ ଶୁଣାଣି ପାଇଁ ବାପା ଓ ଭାଇ କୋର୍ଟରେ କରିଥିଲେ ଆବେଦନ; କ’ଣ ରହିବ ଉଚ୍ଚ ନ୍ୟାୟାଳୟଙ୍କ ଆଭିମୁଖ୍ୟ ସାରା ରାଜ୍ୟର ନଜର

170

କନକ ବ୍ୟୁରୋ : ଆଜି ହାଇକୋର୍ଟରେ ହେବ ମମିତା ମେହେର ହତ୍ୟା ମାମଲାର ଶୁଣାଣି । ମମିତା ମେହେରଙ୍କ ପରିବାର ପକ୍ଷରୁ ହୋଇଥିବା ମାମଲାର ଶୁଣାଣି ହେବ । ମମିତାଙ୍କ ବାପା ସୁଚନ୍ଦ୍ର ମେହେର ଓ ଭାଇ ବଂଟି ମେହେର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମମିତାଙ୍କ ବାପା ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ଆବେଦନ କରିବା ସହ ଫାଷ୍ଟଟ୍ରାକ୍ କୋର୍ଟରେ ମାମଲାର ବିଚାର ପାଇଁ ଦାବି କରିଛନ୍ତି ।

ଏହି ହତ୍ୟାକାଣ୍ଡ ମାମଲା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଆଜି ହାଇକୋର୍ଟଙ୍କ ଶୁଣାଣି ଉପରେ ନଜର ରହିଛି । ମମିତାଙ୍କ ବାପାଙ୍କ ପକ୍ଷରୁ ହୋଇଥିବା ଆବେଦନରେ ଦର୍ଶାଯାଇଛି ଯେ, ଉପଯୁକ୍ତ ତଦନ୍ତ କରାଗଲେ ମମିତା ହତ୍ୟା ପଛର ପ୍ରକୃତ କାରଣ ଜଣାପଡ଼ିବ । ଏଥି ସହିତ ତ୍ୱରିତ ଶୁଣାଣି କରାଯାଇ ଦୋଷୀଙ୍କୁ ଦଣ୍ଡିତ କରାଯାଉ ବୋଲି ଆବେଦନ କରାଯାଇଛି । ମାମଲାରେ ରାଜ୍ୟ ଗୃହ ବିଭାଗ, ପୋଲିସ ଡିଜି, ବଲାଙ୍ଗିର ଏସ୍ପି, ଜିଲ୍ଲାପାଳ ଓ ସିନେ୍ଧକେଲା ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି ।