ବହୁ ଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ମାମଲା : ଆଉ ଜଣେ ଅଭିଯୁକ୍ତ ବାହାରେ ବୁଲୁଛି କହି କାହାକୁ ଇସାରା କଲେ ମମିତାଙ୍କ ମା’, ବଢିଲା ଚର୍ଚ୍ଚା
କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ମାମଲାରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟିଛି । ଆଉ ଜଣେ ଅଭିଯୁକ୍ତ ବାହାରେ ବୁଲୁଛନ୍ତି । ସେ ମଧ୍ୟ ଦଣ୍ଡିତ ହେବା ଦରକାର । ଏହା କହିଛନ୍ତି ମମିତାଙ୍କ ମା’ ତୁଳସୀ ମେହେର । ସିବିଆଇ ତଦନ୍ତ ହେଲେ ସତ ସାମ୍ନାକୁ ଆସିବ । ରବିବାର ରାଜ୍ୟ ବିଜେପି ସଭାପତି ମନମୋହନ ସମାଲ, ବଲାଙ୍ଗୀର ସାଂସଦ ସଂଗୀତା ସିଂହ ଦେଓଙ୍କ ସମେତ ପୂର୍ବତନ ବିଧାୟକ କେ.ଭି ସିଂ ଦେଓ ମମିତାଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ ।

Kanak News is now on WhatsApp
Join and get latest news updates delivered to you via WhatsApp
ଏହି ସମୟରେ ମମିତାଙ୍କ ମା’ ଝିଅର ମୃତ୍ୟୁ କଥା କହିଛନ୍ତି । ଏହି ମାମଲାରେ କଂଟାବାଞ୍ଜି ଜେଲରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିଲେ । ତେଣୁ ଏବେ ଆଉ ଜଣେ କିଏ ସେହି ଅଭିଯୁକ୍ତ ବୋଲି ମମିତଙ୍କ ମା’ ଭାବୁଛନ୍ତି ଏବଂ ଏବେ ଇସାରା କରୁଛନ୍ତି ସେ ନେଇ ପ୍ରଶ୍ନ ଉଠିଛି । ଅନ୍ୟପଟେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଏହି ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ଅନେକ ବଡ ବଡିଆଙ୍କ ହାତ ରହିଛି । ଜେଲରେ କିଭଳି ଗୋବିନ୍ଦ ସାହୁ ଆତ୍ମହତ୍ୟା କଲେ ସେ ନେଇ ମଧ୍ୟ ପ୍ରଶ୍ନ ଉଠାଇବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି ।