ମମିତା ମେହେର ହତ୍ୟାକାଣ୍ଡ ଘଟଣା, ମିଳିଲା ଗୁରୁତ୍ୱପୂର୍ଣ୍ଣ ସୂଚନା : ଗୋବିନ୍ଦ ସାହୁଙ୍କୁ ଟାୟାର ଦେଇଥିବା ଦୋକାନୀ ବିବେକ ଅଗ୍ରୱାଲଙ୍କ ବୟାନ ରେକର୍ଡ

ଗୋବିନ୍ଦଙ୍କ ଫୋନ ପରେ ଡ୍ରାଇଭର ରାଧେ ଯାଇ ଆଣିଥିଲା ଟାୟାର; ମମିତାଙ୍କୁ ହତ୍ୟା ପରେ ପୋଡିଦେଇଥିଲା ଗୋବିନ୍ଦ

306

କନକ ବ୍ୟୁରୋ : ମମିତା ମୃତ୍ୟୁ ମାମଲାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଦୋକାନୀ ବିବେକ ଅଗ୍ରୱାଲଙ୍କ ଠାରୁ ଟାୟାର ଆଣିଥିଲା ଗୋବିନ୍ଦ ସାହୁ । ଏଥିପାଇଁ ଗୋବିନ୍ଦ ବିବେକଙ୍କୁ ଫୋନ କରିଥିଲା । ଏହି ଫୋନରେ ରାଧେଶ୍ୟାମ ଯାଇ ଟାୟାର ଆଣିବ ବୋଲି କହିଥିଲା । ଆଉ ଏହି ଫୋନ ପରେ ଗୋବିନ୍ଦଙ୍କ ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀ ଯାଇ ଦୋକାନୀଙ୍କ ଠାରୁ ଟାୟାର ଆଣିଥିଲେ । ମମିତାଙ୍କୁ ଗୋବିନ୍ଦ ସାହୁ ହତ୍ୟା କରିଥିବା ସ୍ୱୀକାର କରିଛି । ହତ୍ୟା କରିବା ପରେ ଗୋବିନ୍ଦ ମହାଲିଙ୍ଗ କଲେଜ ଷ୍ଟାଡିୟମରେ ଖଣ୍ଡ ଖଣ୍ଡ କରି ପୋତିଦେଇଥିଲା । ମୃତଦେହକୁ ପୁଲିସ ଉଦ୍ଧାର କରିଥିବାବେଳେ ପୁଲିସ ତଦନ୍ତ ଜାରି ରହିଛି । ପୁରା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବି ଚର୍ଚ୍ଚାକୁ ଆସିଛନ୍ତି । ଗୋବିନ୍ଦ ସାହୁକୁ ଗିରଫ କରିଛି ପୁଲିସ ।