ମମିତା ମେହେର ନିଖୋଜ ପ୍ରସଙ୍ଗ : ବିଜେପି କହିଲା, ଇସ୍ତଫା ଦିଅନ୍ତୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

123

କନକ ବ୍ୟୁରୋ : ମମିତା ମେହେର ନିଖୋଜ ପ୍ରସଙ୍ଗରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଜାବି କଲେ ବିଜେପି ସଭାପତି । ବିଜେପି ମହିଳା ମୋର୍ଚ୍ଚାର ୫ଜଣିଆ ଟିମ୍ ଗତକାଲି କଳାହାଣ୍ଡି ଗସ୍ତରେ ଯିବେ । ଏପଟେ ମିଳିଲା ଗଳିତ ମୃତଦେହ, ସେପଟେ ମନ୍ତ୍ରୀଙ୍କ ସୁରକ୍ଷା ବଢାଇ ଦିଆଯାଇଛି । କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସରକାରୀ ବାସଭବନ ଆଗରେ ପୋଲିସ ଛାଉଣୀ ହୋଇଛି ।  ସ୍କୁଲ ମାଲିକ ଗୋବିନ୍ଦଙ୍କୁ ମନ୍ତ୍ରୀ ସୁରକ୍ଷା ଦେଉଥିବା ନେଇ ଅଭିଯୋଗ ରହିଛି ।

ଗୋବିନ୍ଦ ସାହୁ ଫେରାର ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରତିକ୍ରିୟା ରଖିଛନ୍ତି । ଗୋବିନ୍ଦକୁ କାହିଁକି କୋର୍ଟ ଚାଲାଣ କରାଗଲାନାହିଁ । ମନ୍ତ୍ରୀଙ୍କ ଚାପରେ ପୋଲିସ ଗୋବିନ୍ଦ ଛାଡ଼ିଛି ବୋଲି ସେ ଅଭିଯୋଗ କରିଛନ୍ତି । ସନସାଇନ ସ୍କୁଲ ଭିତରେ ସେକ୍ସ ସ୍କାଣ୍ଡାଲ ଚାଲିଥିଲା । ମାର୍କ ବଢାଇବା ପାଇଁ ଯୌନ ଶୋଷଣ କରାଯାଉଥିଲା । ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । ସିବିଆଇ କିମ୍ବା ବିଚାରବିଭାଗୀୟ ତଦନ୍ତ ହେଉ ।

ସେହିପରି ବିଜେଡ଼ି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ମନ୍ତ୍ରୀଙ୍କୁ ବିରୋଧୀ ଟାର୍ଗେଟ କରୁଛନ୍ତି । ଶାସନ ବ୍ୟବସ୍ଥା ଉପରେ ଭରସା ରଖିବା ଦରକାର । ବିରୋଧି ରାଜନୀତି କରୁଛନ୍ତି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।