ମମିତା ମେହେର ମାମଲାରେ ଚାର୍ଜସିଟ୍ ଦାଖଲ । ସିନ୍ଧେକେଲା ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ

116

କନକ ବ୍ୟୁରୋ: ବଲାଙ୍ଗୀରର ବହୁଚର୍ଚ୍ଚିତ ମାମଲା ମମିତା ମେହେର କେସରେ ଚାର୍ଜସିଟ୍ ଦାଖଲ କଲା ପୋଲିସ । ସିନ୍ଧେକେଲା ଜେଏମଏଫସି କୋର୍ଟରେ ପୋଲିସ ଚାର୍ଜସିଟ୍ ଦାଖଲ କରିଛି । ତେବେ ବଲାଙ୍ଗୀର ପୋଲିସ ପକ୍ଷରୁ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଥିବା ସୂଚନା ମିଳିଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ରାଧେଶ୍ୟାମ ନାଁ ଏହି ଚାର୍ଜସିଟରେ ଉଲ୍ଲେଖ କରାଯାଇଛି ବୋଲି ସୂଚନା ମିଳିଛି ।