ମମିତା ମେହେର ହତ୍ୟା ମାମଲା : ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ, ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି

ତୁରନ୍ତ ତଦନ୍ତ ସାରିବା ସହ ରାୟ ଶୁଣାଇବା ପାଇଁ କୋର୍ଟ ଯାଇଥିଲେ ମମିତାଙ୍କ ପରିବାର

92

କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲାରେ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର । ମୁଦା ଲଫାଫାରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି । ପୂର୍ବରୁ ମାମଲାର ଶୁଣାଣି କରି ତଦନ୍ତର ଅଗ୍ରଗତି ନେଇ ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଥିଲେ ହାଇକୋର୍ଟ । ଆସନ୍ତା ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସେହିପରି ମମିତା ଘଟଣାରେ ଆଉ ଏକ ଇଂଟରଭେନ୍ସନ୍ ପିଟିସନ୍ ଦାଖଲ ହୋଇଛି ।

ସେପଟେ, ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ବି ଗୃହରେ ମମିତା ଝଡ଼ ଉଠିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଲଗାତାର ଦ୍ବିତୀୟ ଦିନ ପାଇଁ କଂଗ୍ରେସ ଓ ବିଜେପି ସଦସ୍ୟ ହଟଗୋଳ କରିଥିଲେ । ଏହାଫଳରେ, ପୂର୍ବାହ୍ନ ସାଢ଼େ ୧୧ଟା ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଏହାପରେ ସମାନ ପରିସ୍ଥିତି ଉପୁଜିବାରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।