ସାଲୁଜାଙ୍କ ଅଭିଯୋଗ, ବିଜେଡିର ଜବାବ : ବିରୋଧୀଙ୍କ ପାଖରେ ପ୍ରସଙ୍ଗ ନାହିଁ; ଯଦି ପ୍ରମାଣ ଅଛି ପୋଲିସକୁ ଦିଅନ୍ତୁ, ଯିଏ ବି ଦୋଷୀ ଦଣ୍ଡ ପାଇବ

147

କନକ ବ୍ୟୁରୋ : ସନ୍ତୋଷ ସିଂ ସାଲୁଜାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ପ୍ରତିକ୍ରିୟା ରଖିଲେ ବିଜେଡି ନେତ୍ରୀ ସୁଲତା ଦେଓ । ବିରୋଧୀଙ୍କ ପାଖରେ ପ୍ରସଙ୍ଗ ନାହିଁ । ଯଦି ପ୍ରମାଣ ଅଛି, ପୋଲିସକୁ ଦିଅନ୍ତୁ । କୋର୍ଟରେ ଦିଅନ୍ତୁ କୋର୍ଟ ତାର ନିଷ୍ପତ୍ତି ନେବ । ଯିଏ ବି ଦୋଷୀ ଦଣ୍ଡ ପାଇବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ହେଉଛି ଯାତ୍ରା ପାର୍ଟି । ନ୍ୟାୟ ପାଇଁ ଲଢେଇ କରିଥିଲେ ଖାଲି ମମିତା ନୁହଁ , ଉନ୍ନାଓ , ହାଥରସ୍ , ଚାଷୀ ହତ୍ୟାକୁ ନେଇ ଲଢେଇ କରିଥାନ୍ତା ବିଜେପି ।

ସେପଟେ, ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ସାରା ରାଜ୍ୟରେ ପ୍ରତିବାଦ କରାଯାଉଛି । ଦଳର ତୁଙ୍ଗ ନେତାମାନେ ରାଜଧାନୀରେ ପ୍ରତିବାଦ କରୁଥିବା ବେଳେ ଅନ୍ୟ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ବିକ୍ଷୋଭ । ବାଲେଶ୍ୱର, ଖୋର୍ଦ୍ଧା, କେଉଁଝର, ନୟାଗଡ଼ ଜିଲ୍ଲାରେ ବିଜେଡି ପ୍ରତିବାଦ କରିଛି । ଦଳର ନେତା ଓ କର୍ମୀମାନେ ଗ୍ୟାସ ଓ ତେଲ ଦର ବୃଦ୍ଧିକୁ ନେଇ ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଛି ।

ତୁଙ୍ଗ ନେତାମାନେ ରାଜଧାନୀରେ ପ୍ରତିବାଦ କରୁଥିବା ବେଳେ ଅନ୍ୟ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ବିକ୍ଷୋଭ । ବାଲେଶ୍ୱର, ଖୋର୍ଦ୍ଧା, କେଉଁଝର, ନୟାଗଡ଼ ଜିଲ୍ଲାରେ ବିଜେଡି ପ୍ରତିବାଦ କରିଛି । ଦଳର ନେତା ଓ କର୍ମୀମାନେ ଗ୍ୟାସ ଓ ତେଲ ଦର ବୃଦ୍ଧିକୁ ନେଇ ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ଶିକ୍ଷୟିତ୍ରୀ ମମିତା ମହେର ହତ୍ୟା ଘଟଣାକୁ ନେଇ ବିରୋଧୀ ସାରା ରାଜ୍ୟରେ ବିକ୍ଷୋଭ କରୁଥିବା ବେଳେ ଅନ୍ୟ ପଟେ ବିଜେଡିର ବିକ୍ଷୋଭ ରାଜ୍ୟ ରାଜନୀତିକୁ ଅଧିକ ସରଗରମ କରିଛି । ପଂଚାୟତ ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ସାରା ରାଜ୍ୟ ଚଳଚଂଚଳ ହୋଇଉଠିଛି ।