ନୃଶଂସ ଓ ବର୍ବରତାର ସୀମା ଟପିଥିଲା ଗୋବିନ୍ଦ । ଖଣ୍ଡ ଖଣ୍ଡ କରି କାଟିଥିଲା ମମିତାଙ୍କ ଶରୀର ! ପ୍ରମାଣ ପାଇଁ ପୁଣି ଷ୍ଟାଡିୟମ୍ ଖୋଳିଲା ପୋଲିସ ।

350

କନକ ବ୍ୟୁରୋ : ମମିତା ହତ୍ୟା ଘଟଣାରେ ଗୋବିନ୍ଦ ସାହୁଙ୍କ ମୁଖ୍ୟ ସହଯୋଗୀ ରାଧେଶ୍ୟାମ ଚଣ୍ଡିଙ୍କୁ ଗିରଫ କରିଛି ପୁଲିସ । ରାଧେଶ୍ୟାମ ହେଉଛନ୍ତି ସେହି ବ୍ୟକ୍ତି, ଯିଏ ମମତାଙ୍କୁ ହତ୍ୟା କରିବା, ଖଣ୍ଡ ଖଣ୍ଡ କରି କାଟିବା ଓ ଶେଷରେ ପୋଡିବାରେ ଗୋବିନ୍ଦଙ୍କୁ ସହାୟତା କରିଥିଲେ । ମାମଲାରେ ତଦନ୍ତ କରୁଥିବା ସାଇଣ୍ଟିଫିକ୍ ଟିମର ଜଣେ ଡାକ୍ତର କହିଛନ୍ତି, ପୋଡିବା ପୂର୍ବରୁ ମମିତାଙ୍କୁ ଖଣ୍ଡ ଖଣ୍ଡ କରି କଟା ଯାଇଥିଲା ।

ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କ ଗାଡି ଡ୍ରାଇଭରରୁ, ବନି ଯାଇଥିଲା ହତ୍ୟାକାଣ୍ଡର ମୁଖ୍ୟ ସହଯୋଗୀ ରାଧେଶ୍ୟାମ । ନୃଶଂସ ହତ୍ୟାକାଣ୍ଡରେ ପ୍ରତିଟି କାର୍ଯ୍ୟରେ ଗୋବିନ୍ଦଙ୍କୁ ସହଯୋଗ କରିଥିଲା । ପ୍ରମାଣ ନଷ୍ଟ କରିବା ପାଇଁ ମମିତାଙ୍କ ମୃତ ଦେହକୁ ଷ୍ଟାଡିୟମକୁ ନେବାରେ ହେଉ କି ଗାତ ଭିତରେ ରଖି ପୋଡିବା ପର୍ଯ୍ୟନ୍ତ ସବୁଥିରେ ସହଯୋଗ କରିଥିଲା । ଗୋବିନ୍ଦଙ୍କୁ ଗିରଫ କରିବା ପରେ ରାଧେଶ୍ୟାମକୁ ଖୋଜୁଥିଲା ତଦନ୍ତକାରୀ ଟିମ୍ । ଶେଷରେ ରାଧେଶ୍ୟାମକୁ ଗିରଫ କରିଛି ବଲାଙ୍ଗୀର ପୋଲିସ ।

ନୃଶଂସ ଓ ବର୍ବରତାର ସୀମା ଟପି ଯାଇଥିଲା ଗୋବିନ୍ଦ । ଖଣ୍ଡ ଖଣ୍ଡ କରି କାଟି ପକାଇଥିଲା ମମିତାଙ୍କ ଶରୀର ! ପାଠଶାଳା ଖୋଲିଥିବା ଗୋବିନ୍ଦ ସାହୁ ଏମିତି ନୃଶଂସ ପାଲଟି ଯାଇଥିଲା ଯେ ପ୍ରମାଣ ନଷ୍ଟ କରିବା ପାଇଁ ସବୁ ସୀମା ଟପି ଯାଇଥିଲା । ମମିତାଙ୍କର ଯେଭଳି କୌଣସି ବି ଚିହ୍ନ ନରହିବ ସେଥିପାଇଁ ଯୋଜନାବଦ୍ଧ ଭାବେ ତାଙ୍କ ମୃତ ଶରୀରକୁ କୁଆଡେ ଖଣ୍ଡ ଖଣ୍ଡ କରି କାଟି ପକାଇଥିଲା । ଘଟଣାର ତଦନ୍ତ କରୁଥିବା ଜଣେ ସାଇଣ୍ଟିଫିକ୍ ଟିମ୍ ଅଧିକାରୀଙ୍କ ସୂଚନା ଅନୁସାରେ ପୋଡିବା ସହଜ କରିବାକୁ ଏପରି କରାଯାଇଥିଲା । ତଳେ କାଠ ପ୍ଲାଏ ଉପରେ ଟାୟାର ରଖି ମମିତାଙ୍କୁ ପୋଡାଯାଇଥିଲା ।

କୁଆଡେ ଗଲା ମମିତାଙ୍କ ମୋବାଇଲ୍, ପେନଡ୍ରାଇଭ୍? ପୁଣି ଷ୍ଟାଡିୟମ ଖୋଳିଲା ପୋଲିସ । ମମିତାଙ୍କ ଗଳିତ ଶବ ପାଖରୁ ସୁନା ଚେନ୍, ପାଉଁଞ୍ଜି ଓ ବ୍ୟାଗର କିଛି ଅଂଶ ମିଳିଥିଲେ ବି ତାଙ୍କର ମୋବାଇଲ ଓ ପେନଡ୍ରାଇଭ ମିଳିନାହିଁ । ମୋବାଇଲ ଓ ପେନ ଡ୍ରାଇଭରେ ରହିଥିଲା ଗୋବିନ୍ଦର କଳାକାରନାମାର ସମସ୍ତ ପ୍ରମାଣ । ତେଣୁ ମୋବାଇଲ କୁଆଡେ ଗଲା, ପେନଡ୍ରାଇଭ ଖୋଜୁଛି ପୋଲିସ । ଏଥିପାଇଁ ମମିତାଙ୍କୁ ପୋଡି ପୋତି ଦିଆଯାଇଥିବା ମହାଲିଙ୍ଗ ଷ୍ଟାଡିୟମକୁ ପୁଣି ଖୋଳିଛି ପୁଲିସ । ଏହି ସ୍ଥାନରେ ମମିତା ହତ୍ୟାକାଣ୍ଡର ଅଧିକ ତଥ୍ୟ ଲୁଚିଥିବା ପୁଲିସ ଆଶଙ୍କା କରୁଛି । ସାଇଣ୍ଟିଫିକ୍ ଟିମ୍ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଚାଲିଛି ଯାଞ୍ଚ । ଘଟଣାସ୍ଥଳରୁ ମମିତାଙ୍କ ଅସ୍ଥି, ପୋଡାକାଠ, ପୋଡା ବ୍ୟାଟେରୀ ଓ ଖପୁରୀର କିଛି ଅଂଶ ଜବତ କରାଯାଇଛି ।

ମମିତା ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟ ଉଠୁଥିବା ପଡୁଥିବାବେଳେ ହାଇକୋର୍ଟରେ ମାମଲା ପହଞ୍ଚିଛି । ଘଟଣାର ସିବିଆଇ ତଦନ୍ତ ଦାବି କରି ଏକ ସାମାଜିକ ଅନୁଷ୍ଠାନ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଆବେଦନରେ ପୁଲିସ ଡିଜି, ବଲାଙ୍ଗୀର ଏସପିଙ୍କ ସମେତ ୯ ଜଣଙ୍କୁ ପକ୍ଷଭୂତ କରାଯାଇଛି । ଘଟଣାରେ ମମିତାଙ୍କ ପରିବାରର ସମ୍ମାନହାନି ହୋଇଥିବା ଦର୍ଶାଯାଇ ୫୦ ଲକ୍ଷ ଦେବାକୁ ଆବେଦନରେ ଦର୍ଶାଯାଇଛି ।