କନକ ବ୍ୟୁରୋ : ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଜେଲ ଗଲେ ଗୋବିନ୍ଦ ସାହୁ । ୫ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଗୋବିନ୍ଦଙ୍କୁ ଆଜି କଣ୍ଟାବାଞ୍ଜି ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଇଥିଲା ପୋଲିସ । ଏହା ପରେ ଗୋବିନ୍ଦ ସାହୁଙ୍କୁ ଜେଲ ପଠାଇ ଦିଆଯାଇଛି ।

Advertisment

ତାଙ୍କ ବିରୁଦ୍ଧରେ ସଙ୍ଗୀନ ଦଫା ଲାଗିଛି । ଏବେ କଣ୍ଟାବାଞ୍ଜି ଜେଲ ହାଜତରେ ରହିବେ ଗୋବିନ୍ଦ ସାହୁ । ଏବେ ଡ୍ରାଇଭର ରାଧେଶ୍ୟାମ୍ କାଣ୍ଡିଙ୍କୁ ରିମାଣ୍ଡରେ ଆଣିପାରେ ପୋଲିସ । ତେବେ କେବଳ ମମିତା ହତ୍ୟା ମାମଲାର ତଦନ୍ତ କରୁଥିବା ପୋଲିସ, ଗୋବିନ୍ଦଙ୍କ ବିରୋଧରେ ଆସିଥିବା ଅନ୍ୟ ଅଭିଯୋଗର ତଦନ୍ତ ନେଇ କୌଣସି ସୂଚନା ଦେଉନାହିଁ । ମମିତାଙ୍କୁ ହତ୍ୟା କରିବାରେ ଗୋବିନ୍ଦଙ୍କୁ କିଏ ସହାୟତା କରିଥିଲେ, ପୋଲିସ ବାରାକରୁ ଫେରାର ହେବା ପଛରେ କାହାର ହାତ ଥିଲା, ଏସବୁ ଏବେବି ଅସମାହିତ ହୋଇ ରହିଛି ।

ଗୋବିନ୍ଦ ସାହୁ ବିରୁଦ୍ଧରେ ଲାଗିଥିବା ଦଫା : -

ଆଇପିସି ୩୬୬ - ମହିଳାଙ୍କୁ ଅପହରଣ ପାଇଁ –୧୦ ବର୍ଷ ଯାଏଁ କାରାଦଣ୍ଡ

ଆଇପିସି ୩୦୨ - ହତ୍ୟା କରିବା- ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁ ଦଣ୍ଡାଦେଶ

ଆଇପିସି-୨୦୧ - ପ୍ରମାଣ ନଷ୍ଟ କରିବା- ୭ବର୍ଷ ଯାଲ କାରାଦଣ୍ଡ

ଆଇପିସି ୧୨୦ବି- ଅପରାଧିକ ଷଡଯନ୍ତ୍ର-୨ ବର୍ଷରୁ ଅଧିକ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁ ଦଣ୍ଡାଦେଶ