ମମିତା ହତ୍ୟା ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ । ତଦନ୍ତର ଅନୁଧ୍ୟାନ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍, ତଦନ୍ତରେ ପାରଦର୍ଶିତା ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର ।

ମମିତା ହତ୍ୟା ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ । ତଦନ୍ତର ଅନୁଧ୍ୟାନ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍, ତଦନ୍ତରେ ପାରଦର୍ଶିତା ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର ।

କନକ ବ୍ୟୁରୋ : ମମିତା ହାତ୍ୟା ମାମଲାରେ ହାଇକୋର୍ଟଙ୍କ ବଡ ନିର୍ଦ୍ଦେଶ । ମମିତା ହତ୍ୟା ମାମଲାରେ ଯେଉଁ ତଦନ୍ତ ହେଉଛି ତାହାର ଅନୁଧ୍ୟାନ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଜଷ୍ଟିସ ଏ.ବି.ଏସ ନାଇଡୁ । ଏନେଇ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ଏହାପୂର୍ବରୁ ମମିତା ମୃତ୍ୟୁ ମାମଲାର ତଦନ୍ତର ଅନୁଧ୍ୟାନ ଅବସରପ୍ରାପ୍ତ ଜିଲ୍ଲା ଜଜ କିମ୍ବା ହାଇକୋର୍ଟର କୌଣସି ଜଜ୍ କରନ୍ତୁ ବୋଲି ହାଇକୋର୍ଟଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର । ଆଉ ମାନ୍ୟବାର ହାଇକୋର୍ଟ ମମିତା ମୃତ୍ୟୁ ମାମଲାର ଗୁରୁତ୍ୱ ବୁଝିବା ସହ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଜଷ୍ଟିସ ଏ.ବି.ଏସ ନାଇଡୁଙ୍କୁ ଏହି ଦାୟିତ୍ୱ ଦେଇଥିବା ସୂଚନା ମିଳିଛି ।

ମମିତା ମୃତ୍ୟୁ ମାମଲାରେ ହେଉଥିବା ତଦନ୍ତକୁ ନେଇ ବିରୋଧୀ ବାରମ୍ବାର ପ୍ରଶ୍ନ ଉଠାଇଥିଲେ । ତଦନ୍ତରେ ନିରପେକ୍ଷତା ଉପରେ ବିରୋଧୀଙ୍କ ପ୍ରଶ୍ନବାଣ ପରେ ହାଇକୋର୍ଟଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର । ତଦନ୍ତରେ ପାରଦର୍ଶିତା ଓ ନିରପେକ୍ଷତା ରଖିବାକୁ ମାନବ୍ୟର କୋର୍ଟ ଜଣେ ବିଚାରପତିଙ୍କୁ ତଦନ୍ତର ଅନୁଧ୍ୟାନ କରିବାକୁ ଦାୟିତ୍ୱ ଦିଅନ୍ତୁ ବୋଲି ଚିଠିରେ ଉଲ୍ଲେଖ କରିଥିଲେ । ଆଉ ଆଜି ଅବସରପ୍ରାପ୍ତ ଜଷ୍ଟିସ ଏ.ବି.ଏସ ନାଇଡୁଙ୍କୁ ତଦନ୍ତର ଅନୁଧ୍ୟାନ ପାଇଁ ଦାୟିତ୍ୱ ଦେଇଛନ୍ତି ହାଇକୋର୍ଟ । ଏହାଦ୍ୱାରା ବିରୋଧୀ  ତଦନ୍ତକୁ ନେଇ ଯେଉଁଭଳି ପ୍ରଶ୍ନ ଉଠାଉଥିଲେ ସେଥିରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡିଛି । ଯେହେତୁ ଆଇନ ତା ବାଟରେ ଯିବ ବୋଲି ରାଜ୍ୟ ସରକାର ବାରମ୍ବାର କହିଛନ୍ତି, ଏବଂ ଜଷ୍ଟିସ ଏ.ବି.ଏସ ନାଇଡୁଙ୍କୁ ତଦନ୍ତର ଅନୁଧ୍ୟାନ ପାଇଁ ଦାୟିତ୍ୱ ମିଳିଛି ତେଣୁ ତଦନ୍ତ ଦିଗହରା ହେବ ବୋଲି ବିରୋଧୀ ଯେଉଁ ଅଭିଯୋଗ ଆଣୁଥିଲେ ସେଥିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ହାଇକୋର୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe