କନକ ବ୍ୟୁରୋ : ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ କୌଣସି ସମ୍ପର୍କ ନାହିଁ ବୋଲି ପରୋକ୍ଷରେ ପୋଲିସ କହଛି । ମମିତା ହତ୍ୟାକାଣ୍ଡରେ କେବଳ ଦୁଇ ଜଣ ହିଁ ଦୋଷୀ, ଯେଉଁ ଦୁଇ ଜଣଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର । ତେବେ ମମିତା ମେହେରଙ୍କ ମୃତଦେହକୁ ଡିଏନଏ ପରୀକ୍ଷା ପାଇଁ ପଠାଯାଇଛି । ଏଭଳି ସମ୍ବେଦନଶୀଳ ମାମଲାର ବିଚାର ଫାଷ୍ଟଟ୍ରାକ କୋର୍ଟରେ କରିବାକୁ ଚେଷ୍ଟା କରାଯାଉଛି ବୋଲି ଡିଆଇଜି କହିଛନ୍ତି । ମାମଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ପୋଲିସ ଆଗରେ ସବୁ ଦୋଷ ସ୍ୱୀକାର କରିଛି । ଆବଶ୍ୟକ ସ୍ଥଳେ ଅଭିଯୁକ୍ତ ରାଧେଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ।

Advertisment

ଏପଟେ ମୋବାଇଲକୁ ନେଇ ଉଠିଥିବା ସନ୍ଦେହ ଉପରେ ଡିଆଇଜି କହିଛନ୍ତି, ମିମିତାଙ୍କ ସହ ତାଙ୍କ ମୋବାଇଲକୁ ଗୋବିନ୍ଦ ଜାଳିଦେଇଛି । ଷ୍ଟାଡିୟମରୁ ମିଳିଥିବା ମୋବାଇଲର କିଛି ଅଂଶକୁ ଫରେନସିକ୍ ଲ୍ୟାବକୁ ପଠାଯାଇଛି । ସେହିପରି ବ୍ୟାଗକୁ ନେଇ ଉଠିଥିବା ବିବାଦ ଉପରେ ଉତର ରଖି ଡିଆଇଜି କହିଛନ୍ତି, ଦୁଇଟି ବ୍ୟାଗ ଆମର ହସ୍ତଗତ ହୋଇଛି । ଗୋଟିଏ କ୍ରାମଇ ସ୍ପଟରୁ ମିଳିଥିବା ବେଳେ ଅନ୍ୟଟି ରାଧେଙ୍କ ସ୍ତ୍ରୀ ପୋଲିସକୁ ଦେଇଥିଲା । ରାଧେଙ୍କ ସ୍ତ୍ରୀ ଦେଇଥିବା ବ୍ୟାଗରୁ ମିଳିଥିବା ମୋବାଇଲରୁ ସେପରି କିଛି ତଥ୍ୟ ମିଳିନାହିଁ । ହେଲେ ପରୀକ୍ଷା ପାଇଁ ଉକ୍ତ ମୋବାଇଲକୁ ମଧ୍ୟ ଫରେନସିକ୍ ଲ୍ୟାବକୁ ପଠାଯାଇଛି । ତେବେ ପୋଲିସ ହାତରେ କ’ଣ ପ୍ରମାଣ ଲାଗିଛି ସମ୍ପର୍କରେ ଡିଆଇଜି କିଛି ସୂଚନା ଦେଇନଥିବା ବେଳେ ଟ୍ରାଏଲ ସମୟରେ ସେସବୁ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତିି ।

ଆହୁରି ମଧ୍ୟ କହିଥିଲେ ଯେ ଏହାସହ ମାମଲାର ଟ୍ରାଏଲ୍‌ ପାଇଁ ଫାଷ୍ଟ୍‌ଟ୍ରାକ୍‌ କୋର୍ଟରେ ବିଚାର କେମିତି ହେବ, ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଜୁଡିସିଆରି ସ୍ୱୀକାରୋକ୍ତି କଥା ଯାହା ଉଠୁଛି, ଅଭିଯୁକ୍ତ ପୁଲିସ ହେପାଜତରେ ଥିଲେ ହୋଇପାରିବ ନାହିଁ । ମୋବାଇଲକୁ ନେଇ ବଢ଼ିଥିବା ସସପେନ୍ସ ଉପରୁ ପର୍ଦ୍ଦା ଉଠାଇ ଡିଆଇଜି କହିଥିଲେ, ମମିତାଙ୍କ ମୋବାଇଲକୁ ଗୋବିନ୍ଦ ମିନିଷ୍ଟାଡିୟମରେ ଶବ ଜାଳିବା ସମୟରେ ପୋଡ଼ିଦେଇଛି । ଯାହାର ଡେମେଜ ମେଟାଲ ଓ ପ୍ଲାଷ୍ଟିକ ପାଇଛୁ। ତାକୁ ଫରେନସିକ ଲାବ୍‌କୁ ପଠାଯାଇଛି । ସେହିପରି ବ୍ୟାଗ୍‌କୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ବି ରଖିଥିଲେ । ମାମଲାରେ ଦୁଇଟି ବ୍ୟାଗ୍‌ ଆମ ହାତରେ ଲାଗିଛି । ଗୋଟିଏ ବ୍ୟାଗ୍‌ ଯାହାକି ମହାଲିଙ୍ଗ ମିନିଷ୍ଟାଡିମ କ୍ରାଇମ ସ୍ପଟରୁ ଜଳାପୋଡ଼ା ଅବସ୍ଥାରେ ମିଳିଥିଲା । ଅନ୍ୟଟି ଅଭିଯୁକ୍ତ ରାଧେର ସ୍ତ୍ରୀ ପୁଲିସକୁ ଦେଇଛି । ରାଧେର ସ୍ତ୍ରୀ ଦେଇଥିବା ବ୍ୟାଗ୍‌ରେ ଥିବା ମୋବାଇଲରୁ ସେମିତି କିଛି ପୁଲିସ ହାତରେ ଲାଗିନି । ଯେହେତୁ ତାକୁ ଏହି ମାମଲାରେ ଜବତ କରାଯାଇଛି, ତାକୁ ବି ଫରେନ୍‌ସିକ ଟେଷ୍ଟ ପାଇଁ ପଠାଯାଇଛି ବୋଲି କହିଥିଲେ ।