ମମିତା ମେହେର ମାମଲାକୁ ଦିଲ୍ଲୀ ଟାଣିବ କଂଗ୍ରେସ । ୧୧ରେ ଜନ୍ତରମନ୍ତରରେ କରିବ ବିକ୍ଷୋଭ

116

କନକ ବ୍ୟୁରୋ : ମମିତା ମେହେର ମାମଲାକୁ ଦିଲ୍ଲୀ ଟାଣିବ କଂଗ୍ରେସ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଦିଲ୍ଲୀରେ ଆନ୍ଦୋଳନ କରିବ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ । ନଭେମ୍ବର ୬ ଓ ୭ରେ ଭୁବନେଶ୍ୱର ରାଜଭବନ ସମ୍ମୁଖରେ ଅହୋରାତ୍ର ଧାରଣା ଦିଆଯିବ । ୮ ତାରିଖରେ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିବ କଂଗ୍ରେସ ।
ଏହାରି ଭିତରେ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ୯ ଓ ୧୦ ତାରିଖରେ ଦିଲ୍ଲୀ ସ୍ଥିତ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯିବ ବୋଲି ସୂଚନା ଦେଇଛନ୍ତି ଯୁବ କଂଗ୍ରେସ ସଭାପତି ସ୍ମୃତି ରଂଜନ ଲେଙ୍କ । । ଏପରିକି ୧୧ ତାରିଖରେ ଜନ୍ତରମନ୍ତରରେ ଧାରଣା ଦେବ ଦଳ । ଯେଉଁଥିରେ ଏଆଇସିସି ଯୁବ ସଂଗଠନର ସଭାପତି, ସମ୍ପାଦକ ଓ ପ୍ରଭାରୀ ସାମିଲ ହେବେ ।