କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲାରେ ବିରୋଧୀଙ୍କ ଆନ୍ଦୋଳନ ତୀବ୍ର ହୋଇଛି । ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ବିଜେପି ଆନ୍ଦୋଳନ କରିଥିବା ବେଳେ ନମିତାଙ୍କ ପରିବାରକୁ ଭେଟିଛି କଂଗ୍ରେସ ପ୍ରତିନିଧି ଦଳ । ଭୁବନେଶ୍ୱର ଡିସିପି ଅଫିସ ଘେରାଉ ବେଳେ ପୁଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଛନ୍ତି ।
ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦାବି ଓ ସିବିଆଇ ତଦନ୍ତ ଦାବିରେ ବିଜେପି ଯୁବ ମୋର୍ଚା ଓ ଭୁବନଶ୍ୱେର ଜିଲ୍ଲା ବିଜେପିର କର୍ମୀମାନେ ଶୋଭାଯାତ୍ରାରେ ଆସ ଡିସିପି ଅଫିସ ଘେରାଉ କରିଥିଲେ । ଏହି ସମୟରେ ପୁଲିସ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା । ପରେ ପୁଲିସ ଆନ୍ଦୋଳନାକାରୀ ବିଜେପିର କର୍ମୀଙ୍କୁ ଉଠାଇନେଇଥିଲା ।
ସେପଟେ ବ୍ରହ୍ମପୁରରେ ମଧ୍ୟ ବିଜେପି ପକ୍ଷରୁ ଜୋରଦାର ବିକ୍ଷୋଭ କରାଯାଇଛି । ଘୁମୁସର ବିଜେପିର ଶତାଧିକ କର୍ମୀ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଛନ୍ତି । ବିଜେପି କର୍ମୀମାନେ ଶୋଭାଯାତ୍ରାରେ ଏସ୍ପି ଅଫିସ୍ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/vlcsnap-2021-10-28-13h05m56s579.png)