ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ନେତା ମାନଙ୍କୁ ମମତାଙ୍କ କଟାକ୍ଷ । କହିଲେ ‘ହାମ୍ବା ହାମ୍ବା, ରାମ୍ବା ରାମ୍ବା, କାମ୍ବା, ଡୁମ୍ବା

ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ନେତା ମାନଙ୍କୁ ମମତାଙ୍କ କଟାକ୍ଷ । କହିଲେ ‘ହାମ୍ବା ହାମ୍ବା, ରାମ୍ବା ରାମ୍ବା, କାମ୍ବା, ଡୁମ୍ବା

କନକ ବ୍ୟୁରୋ : ଆଜି ପଶ୍ଚିମବଙ୍ଗରେ ବିଜେପିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହା ପରିବର୍ତ୍ତନ ରାଲି କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ନେତାଙ୍କୁ କଟାକ୍ଷ କରି କଡା ସମାଲୋଚନା କରିବା ସହ ଜୋରଦାର କଟାକ୍ଷ କରିଛନ୍ତି ।

ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସହକର୍ମୀଙ୍କ ଉପରେ ବିଷୋଦଗାର କରି ଏକ ରାଲିରେ କହିଛନ୍ତି ଯେ ଦଳର କିଛି ଅମାନିଆ, ଦୁଷ୍ଟ, ଦୁବୃର୍ତ୍ତ ଓ ନଷ୍ଟ ଗାଈ ଏବେ ଦଳ ଛାଡ଼ି ଯାଇ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ନୂତନ ଭାବେ ଯୋଗ ଦେଇଥିବାରୁ ସେମାନେ ବର୍ତ୍ତମାନ ବହୁତ ଶବ୍ଦ କରୁଛନ୍ତିଟ୍ଟ ‘ହାମ୍ବା ହାମ୍ବା, ରାମ୍ବା ରାମ୍ବା, କାମ୍ବା କାମ୍ବା, ଡୁମ୍ବା ଡୁମ୍ବା, ବୁମ୍ବା ବୁମ୍ବା, ବମ୍ବା ବମ୍ବା’..... ସୁଶ୍ରୀ ବାନାର୍ଜୀ ବିଜେପିରେ ଯୋଗ ଦେଇଥିବା ତାଙ୍କ ପୂର୍ବତନ ସହକର୍ମୀଙ୍କୁ ଅପମାନିତ କରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର ହେବା ସହ ଭାଇରାଲ ହୋଇଛି ଏବଂ ସେ ତାଙ୍କ ଭାଷଣରେ ଏକ ଧାଡ଼ିରେ ଅନେକ ମନ୍ତବ୍ୟ ଦେଇଛନ୍ତିଟ୍ଟ ହାମ୍ବା ହାମ୍ବା, ରାମ୍ବା ରାମ୍ବା, କାମ୍ବା କାମ୍ବା, ଡୁମ୍ବା ଡୁମ୍ବା, ବୁମ୍ବା ବୁମ୍ବା, ବମ୍ବା ବମ୍ବା’ ।

ଉଲ୍ଲେଖଯୋଗ୍ୟ, ଟିଏମ୍‌ସିର ୧୮ ଜଣ ବିଧାୟକ ଏବଂ ଜଣେ ସାଂସଦ ଟିଏମ୍‌ସି ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଛନ୍ତି। ଫଳରେ ବିଜେପିରେ ଏବେ ଟିଏମ୍‌ସି ନେତାଙ୍କ ସଂଖ୍ୟା ହଠାତ୍‌ ବୃଦ୍ଧି ପାଇଛି। ଯାହାକୁୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଟିଏମସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe