ମୋଦି ସରକାରଙ୍କୁ ମମତାଙ୍କ ଚିଠି । ଅମ୍ଲଜାନ ଟ୍ୟାଙ୍କ ଓ କୋଭିଡ ଔଷଧ ଉପରୁ ଜିଏସଟି ଛାଡ କରିବାକୁ କଲେ ଅନୁରୋଧ ।

Advertisment
ମୋଦି ସରକାରଙ୍କୁ ମମତାଙ୍କ ଚିଠି । ଅମ୍ଲଜାନ ଟ୍ୟାଙ୍କ ଓ କୋଭିଡ ଔଷଧ ଉପରୁ ଜିଏସଟି ଛାଡ କରିବାକୁ କଲେ ଅନୁରୋଧ ।

କନକ ବ୍ୟୁରୋ : କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହେଉଥିବା ଅମ୍ଳଜାନ ଟ୍ୟାଙ୍କ ଓ କୋଭିଡ ଔଷଧ ଉପରୁ ଜିଏସଟି ଛାଡ଼ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ମମତା ବାନାର୍ଜୀ ଚିଠିରେ ଲେଖିଛନ୍ତି ଯେ, କୋଭିଡ ସହିତ ଲଢ଼ିବାରେ ରାଜ୍ୟକୁ ସାହାଯ୍ୟ କରିବା ପାଇଁ ଅନେକ ସଂଗଠନ, ବ୍ୟକ୍ତିବିଶେଷ ଏବଂ ବିଭିନ୍ନ ଏଜେନ୍ସି ଅମ୍ଳଜାନ କନସେନଟ୍ରେଟର, ସିଲିଣ୍ଡର, ଟ୍ୟାଙ୍କ ଏବଂ କରୋନା ଔଷଧ ଦେଉଛନ୍ତି। କିନ୍ତୁ ଏହିସବୁ ଜିନିଷ ଉପରେ ଅଧିକ ଜିଏସଟି ଥିବାରୁ ସେମାନେ ରାଜ୍ୟ ସରକାରଙ୍କୁ ଜିଏସଟି ଛାଡ କରିବାକୁ ଅନୁରୋଧ କରିଛନ୍ତି । ଏହି ସମସ୍ତ ଟିକସ କେନ୍ଦ୍ରର ଅଧୀନରେ ଆସେ, ତେଣୁ ମୁଁ ଅନୁରୋଧ କରିବି ଯେ କେନ୍ଦ୍ର ସରକାର ଏହି ଜିନିଷଗୁଡିକ ଉପରୁ ଟିକସ ଛାଡ କରନ୍ତୁ । ଏହା ଦ୍ୱାରା ବ୍ୟକ୍ତିଗତ ସହାୟତାକୁ ଉତ୍ସାହିତ କରାଯାଇପାରିବ ଏବଂ ଅନେକ ସଂଗଠନ ରାଜ୍ୟ ସରକାରଙ୍କୁ ଅଧିକରୁ ଅଧିକ ସାହାଯ୍ୟ କରିବେ । ଏଭଳି ହେବା ଦ୍ୱାରା ରାଜ୍ୟ ସରକାରଙ୍କ ଚାହିଦା ଏବଂ ଚିକିତ୍ସା ସମ୍ବଳର ବିପୁଳ ବ୍ୟବଧାନକୁ ସହଜରେ ପୂରଣ କରାଯାଇପାରିବ। ଏହାପୂର୍ବରୁ କରୋନା ଟିକା ଉପରୁ ମଧ୍ୟ ଜିଏସଟି ହ୍ରାସ କରିବାକୁ କେନ୍ଦ୍ର ସରକାରଙ୍କୁ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ଏଯାଏଁ ଟିକା ଉପରୁ କୌଣସି ଜିଏସଟି ହ୍ରାସ ନେଇ ନିଷ୍ପତି ନେଇନାହାନ୍ତି କେନ୍ଦ୍ର ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe