ମେ ୫ରେ ଶପଥ ନେବେ ମମତା । ତୃତୀୟ ଥର ପାଇଁ ବସିବେ ମୁଖ୍ୟମନ୍ତ୍ରୀ ଆସନରେ । 

328

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ମହାବିଜୟ ପାଇବା ପରେ ଆସନ୍ତା ମେ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତୃଣମୂଳ ନେତ୍ରୀ ମମତା ବାନାର୍ଜୀ । ତାଙ୍କୁ ବିଧାୟକ ଦଳର ନେତା ବଛାଯାଇଥିବାବେଳେ ଆଉ ମାତ୍ର ଦିନକ ପରେ ମମତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ଦେଇଛନ୍ତି ଟିଏମସି ନେତା ପାର୍ଥ ଚାଟାର୍ଜୀ । ତେବେ  ନନ୍ଦିଗ୍ରାମରୁ ହାରିଥିଲେ ମଧ୍ୟ ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ଗତକାଲି ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା । ଯେଉଁଥିରେ ମମତାଙ୍କ ତୃଣମୂଳ କଂଗ୍ରେସ ୨ଶହରୁ ଅଧିକ ସିଟ୍ ଜିତିବା ସହିତ ବିଜେପିକୁ ମାତ୍ ଦେଇଥିଲା । ମିଶନ ବେଙ୍ଗଲର ସ୍ୱପ୍ନ ଦେଖୁଥିବା ବିଜେପି କିନ୍ତୁ ନିଜର ସିଟ୍ ସଂଖ୍ୟା ବୃଦ୍ଧି କରିଥିଲେ ମଧ୍ୟ ଶହେ ପାର୍ ସିଟ୍ ଜିତି ପାରିନି । ନନ୍ଦିଗ୍ରାମ ଆସନରୁ କିନ୍ତୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଜିତି ଯାଇଛନ୍ତି । ମମତା ଏହି ଆସନରୁ ପରାଜିତ ହୋଇଛନ୍ତି ।