କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇ ଏବେ ହସ୍ପିଟାଲରେ ଥିବାବେଳେ ହସ୍ପିଟାଲ ଭିତରୁ ନିଜ ସମର୍ଥକଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଏହି ଭିଡିଓରେ ସେ କହିଛନ୍ତି ଯେ, କାଲି ତାଙ୍କ ଉପରେ ଜୋରଦାର ଆକ୍ରମଣ ହୋଇଥିଲା । ଏଥିରେ ସେ ଆହତ ହୋଇଛନ୍ତି । ତାଙ୍କ ହାତ ଓ ଗୋଡ ଏବେ ଖୁବ ଜୋରରେ ଦରଜ ଥିବାବେଳେ ସେ ଖୁବଶୀଘ୍ର ହସ୍ପିଟାଲରୁ ବାହାରିବା ସହିତ ହ୍ୱିଲ୍ଚେୟାରରେ ବସି ପ୍ରଚାର କରିବେ ବୋଲି କହିଛନ୍ତି ।
ଏଥିସହିତ ମମତା ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ମୁଣ୍ଡ ଏବେ ଖୁବ ଜୋରରେ ବିନ୍ଧୁଛି । ହେଲେ ତାଙ୍କ ସମର୍ଥକଙ୍କ ସେ ଶାନ୍ତି ବଜାୟ ରଖିବାକୁ କହିଛନ୍ତି । ଖୁବଶୀଘ୍ର ସେ ହସ୍ପିଟାଲରୁ ବାହାରିବା ସହିତ ହ୍ୱିଲଚେୟାରରେ ବସି ପ୍ରଚାର ଅଭିଯାନ ଜାରି ରଖିବେ ବୋଲି କହିଛନ୍ତି ।ଆସନ୍ତାକାଲିଠୁ ଆହତ ହୋଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ଏସଏସକେଏମ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କୁ ଏକ ୬ ଜଣିଆ ଡାକ୍ତର ଦଳ ଦେଖାଶୁଣା କରୁଛନ୍ତି । ଏହାସହିତ ବର୍ତ୍ତମାନ ସୁଦ୍ଧା ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ବୁଲେଟିନରେ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ତାଙ୍କୁ କିଛି ବିଜେପି କର୍ମୀ ଆକ୍ରମଣ କରିବା ସହିତ ତାଙ୍କ ଗୋଡ ଏଥିରେ ଆଘାତ ପ୍ରାପ୍ତ ହୋଇଥିବା କୁୁହାଯାଇଥିଲା । ଏହାପରେ ତାଙ୍କୁ କୋଲକତା ଅଣାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/25-7.jpg)