ମୋଦିଙ୍କୁ ରଗାଇବାକୁ ଚାହୁଁ ନାହାଁନ୍ତି ନବୀନ : ମହାମେଂଟ ପାଇଁ ମମତାଙ୍କ ଆହ୍ୱାନ ସତ୍ୱେ ଚୁପ ରହିଲେ ବିଜେଡି ସୁପ୍ରିମୋ

Advertisment
ମୋଦିଙ୍କୁ ରଗାଇବାକୁ ଚାହୁଁ ନାହାଁନ୍ତି ନବୀନ : ମହାମେଂଟ ପାଇଁ ମମତାଙ୍କ ଆହ୍ୱାନ ସତ୍ୱେ ଚୁପ ରହିଲେ ବିଜେଡି ସୁପ୍ରିମୋ

କନକ ବ୍ୟୁରୋ : ଚର୍ଚାରେ ମମତା ବାନାର୍ଜୀଙ୍କ ଓଡିଶା ଗସ୍ତ । ପୁରୀରେ ବି ସେ ଆଜି ବିଜେପିକୁ ଫୁରସତ ଦେଇନାହାଁନ୍ତି । ମୋଦି ଓ ବିଜେପି ବିରୋଧରେ ମନଇଛା ବର୍ଷିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ସେ ସମୟ ମାଗିଛନ୍ତି । କିନ୍ତୁ ମୋଦିଙ୍କ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ନୀରବତା ଅନେକ କିଛି କହୁଛି ।

ଆଟାକିଂ ମୁଡରେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ । ପୁରୀ ଗସ୍ତରେ ଥିବା ମମତା, ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଛନ୍ତି ଟାର୍ଗେଟ୍ । ପୁରୀରେ ବି ବିଜେପିକୁ ଫୁରସତ ଦେଇନାହାଁନ୍ତି ଦିଦି । ମମତା ବାନାର୍ଜୀ ମୋଦିଙ୍କ ବିରୋଧରେ ରଣହୁଙ୍କାର ଦେଇଥିବାବେଳେ ନବୀନ କିନ୍ତୁ ମାପିଚୁପି ଉତର ରଖୁଛନ୍ତି । ମମତାଙ୍କୁ ଭେଟ ବାବଦରେ ଖୋଲାଖୋଲି କିଛି କହିନାହାଁନ୍ତି ନବୀନ । କହିଛନ୍ତି, ସାଧାରଣ ନିର୍ବାଚନକୁ ଆହୁରି ସମୟ ଅଛି । ସେପଟେ ବିଜେପି କହିଛି, ପଶ୍ଚିମବଙ୍ଗ ଓ ଓଡିଶାରେ ବିଜେପିକୁ କେହି ଅଟକାଇପାରିବନାହିଁ ।

କେନ୍ଦ୍ରରେ ଅଣବିଜେପି ମେଂଟ ନେଇ ଚର୍ଚା ଚାଲିଥିବାବେଳେ ନବୀନଙ୍କ ଭିନ୍ନ ଆଭିମୁଖ୍ୟ ଏବେ ଚର୍ଚାର ବିଷୟ ହୋଇଛି ।

ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe