ମମତା ବାନାର୍ଜୀ ହେଲେ ବିଧାୟକ ଦଳର ନେତା । ମେ ୫ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନେଇପାରନ୍ତି ଶପଥ ।

355

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସକୁ ବହୁମତ ମିଳିଛି । ଏହାରି ମଧ୍ୟରେ ଆଜି ଦଳୀୟ ସଭା ଆୟୋଜନ ହୋଇଛି । ଯେଉଁଥିରେ ମମତା ବାନାର୍ଜୀଙ୍କୁ ବିଧାୟକ ଦଳର ନେତା ଭାବେ ବଛା ଯାଇଛି । ଏହାସହ ଖବର ଆସୁଛି ଆସନ୍ତା ମେ ୫ ତାରିଖରେ ମମତା ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇ ପାରନ୍ତି । ସେହିପରି ଅନ୍ୟ ନେତା ମାନେ ମେ ୬କୁ ଶପଥ ନେଇ ପାରନ୍ତି ।

ବିଜେପି ପାର୍ଟି ଅଫିସରେ ଆକ୍ରମଣକୁ ନେଇ ମମତା କହିଛନ୍ତି, ମତେ ହିଂସା ପସନ୍ଦ ନୁହେଁ । ଏମାନେ ଆମକୁ ବଦନାମ କରିବାକୁ ପୁରୁଣା ଫଟୋ ଦେଖାଉଛନ୍ତି । ହେଲେ ମୁଁ ବୁଝିପାରୁନି ଏମାନେ ଏଭଳି କାହିଁକି କରୁଛନ୍ତି । ମୁଁ ପଶ୍ଚିମବଙ୍ଗ ବାସୀଙ୍କୁ ଅପିଲ କରୁଛି ଶାନ୍ତି ବଜାୟ ରଖ ।

ପଶ୍ଚିମବଙ୍ଗରେ ୨୯୨ ଆସନରେ ଚାଲିଥିଲା ଜୋରଦାର ଲଢେଇ । ଯେଉଁଥିରେ ବାଜି ମାରିନେଇଛନ୍ତି ମମତା ବାନାର୍ଜୀ । ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ୨୧୩ ସିଟ ପାଇ ଆଗୁଆ ରହିଥିବା ବେଳେ ବିଜେପି ୭୭ଟି ଆସନ ପାଇଛି ।