କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ନିର୍ବାଚନ ମାହୋଲ ସରଗରମ ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ନିର୍ବାଚନ କମିସନ, ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ଉପରେ କଡା ଆଭିମୁଖ୍ୟ ଆପଣେଇଛନ୍ତି । ନିର୍ବାଚନ ପ୍ରଚାର ଉପରେ ୨୪ ଘଂଟିଆ ପ୍ରତିବନ୍ଧକ ଲଗାଇଛନ୍ତି ।
ଏହି କଟକଣା ସୋମବାର ରାତି ୮ଟାରୁ ଲାଗୁ ହୋଇଛି । ଏକ ପ୍ରଚାର ସଭାରେ ମମତା ହିନ୍ଦୁ-ମୁସଲିମ ବୟାନକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଇଲେକ୍ସନ କମିସନ । କଟକଣାକୁ ବିରୋଧ କରି ଆଜି ଧାରଣାରେ ବସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିନ ୧୨ଟାରୁ କୋଲକାତାର ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିବେ ମମତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/2-20.jpg)