କଲିକତା ରାଜନୀତିର ରୋଚକ ଦୃଶ୍ୟ ! ହିଂସାର ଗୋଟିଏ ଦିନପରେ ନିଜ ଫେସବୁକ ଓ ଟ୍ୱିଟର ଆକାଉଣ୍ଟରେ ଫଟୋ ବଦଳାଇଲେ ମମତା

ସାରା ଦେଶରେ ବର୍ତମାନ ସମୟରେ କଲିକତା ରାଜନୀତିକୁ ନେଇ ବେଶ ଚର୍ଚ୍ଚା ଧରିଛି

554

କନକ ବ୍ୟୁରୋ : ସାରା ଦେଶରେ ବର୍ତମାନ ସମୟରେ କଲିକତା ରାଜନୀତିକୁ ନେଇ ବେଶ ଚର୍ଚ୍ଚା ଧରିଛି । ପ୍ରତ୍ୟେକ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ମିଳିଥିବା ସୂଚନା ଅନୁସାରେ, କଲିକତାରେ ହିଂସାପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫେସବୁକ ଓ ଟ୍ୱିଟରରେ ନିଜ ଫଟୋ ବଦଳାଇଛନ୍ତି । ଏହାରି ମଧ୍ୟରେ ୨୦୧୯ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ମେ’ ୧୯ରେ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଚରମ ସୀମାରେ ପହଞ୍ଚିଛି । ମଙ୍ଗଳବାର କଲିକତାରେ ଅମିତ ଶାହାଙ୍କ ରୋଡ୍ ସୋ’ରେ ହୋଇଥିବା ହିଂସାକାଣ୍ଡ ପାଇଁ ଏବେ କଲିକତା ମାହୋଲ ଏବେବି ଗରମ ରହିଛି ।

ଏହି ହିଂସାକାଣ୍ଡ ବେଳେ ଦାର୍ଶନିକ ଏବଂ ଲେଖକ ଇଶ୍ୱରଚନ୍ଦ ବିଦ୍ୟାସାଗରଙ୍କ ମୁର୍ତ୍ତି ଭାଙ୍ଗି ଦିଆ ଯାଇଥିଲା । ତେବେ ଏହି କାରଣରୁ ମମତା ନିଜ ଫଟୋ ହଟାଇ ଇଶ୍ୱରଚନ୍ଦ ବିଦ୍ୟାସାଗରଙ୍କ ଫଟୋ ରଖିଥିବା ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ମନା କରିବା ସତ୍ତ୍ୱେ ମଧ୍ୟ ରୋଡ୍ ସୋ’ କରିଥିଲେ ।

କିନ୍ତୁ ରୋଡ୍ ସୋ’ ସମୟରେ ଦଳର କାର୍ଯ୍ୟକର୍ତ୍ତା ଏବଂ ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା । ଏହି ହିଂସାକାଣ୍ଡ ସମୟରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଇଶ୍ୱରଚନ୍ଦ ବିଦ୍ୟାସାଗରଙ୍କ ମୁର୍ତ୍ତି ଭାଙ୍ଗିଥିଲେ ବୋଲି ଅଭିଯୋଗ ହୋଇଛି । ଯାହାର ବିରୋଧ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଫେସ୍ବୁକ୍ ଏବଂ ଟୁଇଟରରେ ନିଜର ପ୍ରୋଫାଇଲ ଫଟୋ ବଦଳାଇଥିବା ଜଣା ପଡ଼ିଛି । ତେବେ ଏହାକୁ ନେଇ ବେଶ ଆଲୋଚନା ମଧ୍ୟ ଚାଲିଛି ।