କନକ ବ୍ୟୁରୋ: ବାହାର ଗୁଣ୍ଡାଙ୍କୁ ଆଣି ପଶ୍ଚିମବଙ୍ଗରେ କରୋନା ବିସ୍ତାର କରାଇଛି ବିଜେପି । ମୋଦୀ ଓ ଅମିତ ଶାହାଙ୍କୁ ଆକ୍ଷେପ କରି ମମତା ଏପରି ବୟାନ ଦେବା ପରେ ପଶ୍ଚିମବଙ୍ଗର ରାଜନୀତି ପୁଣି ସରଗରମ୍ ହୋଇଛି । ସେପଟେ ବିଜେପି କହିଛି ଦିଦି ପରାଜୟ ଭୟରେ ଏବେ ବିଳିବିଳେଇଲେଣି । ଏପ୍ରିଲ ୧୭ ତାରିଖରେ ପଶ୍ଚିମବଙ୍ଗରେ ୫ମ ପର୍ଯ୍ୟାୟ ମତଦାନ ହେବ । ୬ ଜିଲ୍ଲାର ୪୫ ଆସନରେ ଭୋଟ୍ ପଡିବ । ଏହା ଆଗରୁ ପ୍ରଚାର ମୈଦାନରେ ବିଜେପିକୁ କରୋନା ପ୍ରସଙ୍ଗ ଉଠାଇ ଘେରିବାକୁ ଉଦ୍ୟମ କରିଛନ୍ତି ମମତା । ବୁଧବାର ଜଳପାଇଗୁଡିରେ ପ୍ରଚାର କରୁଥିଲେ ଦିଦି । ଏହି ସମୟରେ ବିଜେପି ଉପରେ ବର୍ଷିଥିଲେ । କହିଥିଲେ ମୋତେ ଭୋଟ୍ ପାଇଁ ମିଛ କଥା କହି ଆସେନି । ମୁଁ ଚା’ ବାଲା ପରି ମିଛ କହି ପାରିବିନି ।
ବାହାର ଲୋକଙ୍କୁ ଡକାଇ ପଶ୍ଚିମବଙ୍ଗରେ କରୋନା ବିସ୍ତାର କରିବାରେ ବିଜେପିର ହାତ ଥିବା ଦିଦି ଆକ୍ଷେପ କରିଛନ୍ତି । ପଶ୍ଚିମବଙ୍ଗରେ ଏବେ ନିର୍ବାଚନ ପାଇଁ ଜୋର ଧରିଛି ରାଲି ଓ ସମାବେଶ । ଏଥିରେ କରୋନା କଟକଣାକୁ ପୁରା ଆଖି ବୁଜି ଦିଆଯାଇଛି । ଫଳରେ ସଂକ୍ରମଣ ଦିନକୁ ଦିନ କଲିକତାରେ ବଢିବାରେ ଲାଗିଛି । ଏପରି ସମୟରେ କରୋନା ସଂକ୍ରମଣର ସବୁ ଦୋଷ , ବିଜେପି ଉପରେ ଲଦି ଦେବାକୁ ବାଣ ମାରିଛନ୍ତି ମମତା ଦିଦି ।
ପଶ୍ଚିମବଙ୍ଗରେ ଏଥର ହେଉଛି ୮ ପର୍ଯ୍ୟାୟରେ ମତଦାନ । ବିଜେପି କେବଳ ପ୍ରଧାନମନ୍ତ୍ରୀ ମୋଦୀଙ୍କର ୨୦ରୁ ଅଧିକ ରାଲି ରଖିଥିବା ବେଳେ ଅମିତ ଶାହା , ଜେପି ନଡ୍ଡା , ରାଜନାଥ ସିଂ , ସ୍ମୃତି ଇରାନୀଙ୍କର ୧୦୦ରୁ ଅଧିକ ରାଲି ରହିିଛି । ତେବେ ଏହାକୁ ଆକ୍ଷେପ କରି ମମତା କହିଛନ୍ତି , ଏହି ବାହାର ଲୋକଙ୍କ ପାଇଁ ବେଙ୍ଗଲରେ ବ୍ୟାପୁଛି କରୋନା । ସେପଟେ ବିଜେପି କହିଛି ଦିଦି ପରାଜୟ ଭୟରେ ବିଳିବିଳୋଉଛନ୍ତି । କିଏ ବାହାର ଲୋକ, ଭୋଟ୍ ପରେ ଜଣାପଡିବ । ରାଜନୈତିକ ବୟାନ ଭିତରେ ଶୁକ୍ରବାର ପଶ୍ଚିମବଙ୍ଗରେ ପଂଚମ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଦେଖିବା କଥା ଦିଦିଙ୍କ ଏହି ଫର୍ମୁଲା ଟିଏମସିକୁ ଦେଉଛି କତେ ଭୋଟ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/mamatabanerjeeeci-1618236641.jpg)