ପଶ୍ଚିମବଙ୍ଗରେ ବିଜେପି ସହ ଖେଳ କରିଦେଲେ ମମତା, ୨୦୧୯ ତୁଳନାରେ ବିଜେପିକୁ ମିଳିପାରେ ଅଧା ଆସନ

516

କନକ ବ୍ୟୁରୋ : ଦିଦିଙ୍କ ଗଙ୍ଗରେ ୨୦୧୯ ରେ ବିଜେପି ଯେଉଁ ସଫଳତା ପାଇଥିଲା ଏଥର ସେହି ସଫଳତା ପାଇବ ବୋଲି ଆଶା କରାଯାଇପାରିବ ନାହିଁ । ବିଜେପିର ଦାବି, ଏଗଜିଟପୋଲର ଆକଳନ ସବୁକୁ ପଛରେ ପକାଇ ଟିଏମସି ପ୍ରାର୍ଥୀମାନେ ଏବେ ଆଗକୁ ବଢୁଛନ୍ତି । ୪୨ ଆସନ ବିଶିଷ୍ଠ ପଶ୍ଚିମବଙ୍ଗରେ ଏବେ ଟିଏମସି ୨୯ ଆସନରେ ଆଗୁଆ ଚାଲିଛି । ଏହାସହ ଗୋଟିଏ ଆସନରେ କଂଗ୍ରେସ ମଧ୍ୟ ଆଗୁଆ ରହିଛି ।

ଏଗଜିଟପୋଲ ମୁତାବକ ପଶ୍ଚିମବଙ୍ଗରେ ଏନଡିଏକୁ ୪୨ ପ୍ରତିଶତ ଭୋଟ ମିଳିବ ବୋଲି ଆକଳନ କରାଯାଇଥିଲା । ସେହିଭଳି ଟିଏମସିକୁ ୪୦ ପ୍ରତିଶତ ଭୋଟ ମିଳିବ ବୋଲି କୁହାଯାଇଥିଲା । ଏଗଜିଟପୋଲ ମୁତାବକ ବିଜେପିକୁ ୨୬ ରୁ ୩୧ ଆସନ ମିଳିବ ବୋଲି କୁହାଯାଉଥିବା ବେଳେ ଟିଏମସିକୁ ୧୧-୧୪ ଆସନ ମିଳିପାରେ ବୋଲି କୁହାଯାଉଥିଲା । ହେଲେ ବିଜେପିର ଦାବି ଓ ଏଗଜିଟପୋଲର ଆକଳନ ସବୁକୁ ପଛରେ ପକାଇ ଟିଏମସି ୨୯ ଆସନରେ ଆଗୁଆ ଚାଲିଛି ।