କୁଚବିହାର ହିଂସାକାଣ୍ଡ କଟକଣା ଫେରିବା ପରେ ମୈଦାନକୁ ଫେରିଲେ ମମତା । ଶୀତଲକୁଚାରେ ପୀଡିତ ପରିବାରକୁ ଭେଟିଲେ, ଦେଲେ ଥଇଥାନର ଆଶ୍ୱାସନା

143

କନକ ବ୍ୟୁରୋ: ନିର୍ବାଚନ କମିଶନଙ୍କ ବ୍ୟାନ ହଟିବା ପରେ ଆକ୍ସନ ମୁଡକୁ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୁଚବିହାର ଶୀତଲକୁଚି ବୁଥରେ ମତଦାନ ସମୟରେ ଗୁଳିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଜି ସେହି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ଦିଦି । ଏହା ସହିତ ବିଜେକି ଓ କେନ୍ଦ୍ର ଉପରେ ଜୋରଦାର ବର୍ଷିଛନ୍ତି ।

କୁଚବିହାର ଶୀତଲକୁଚିରେ ବୁଥ୍ ହିଂସାକାଣ୍ଡ ମୃତକଙ୍କୁ ଭେଟିଛନ୍ତି ମମତା । କୁଚବିହାରରେ ବୁଥ୍ ହିଂସାକାଣ୍ଡ ଘଟଣା ପରେ ନିର୍ବାଚନ କମିଶନ ଲଗାଇଥିବା ୭୨ ଘଂଟିଆ କଟକଣା ସରିବା ପରେ ପରେ, ଲୋକଙ୍କ ଗହଣରେ ପହଁଚିଛନ୍ତି ମମତା । ସମସ୍ତ ପୀଡିତଙ୍କୁ ଭେଟି ଦିଦି ଆଶ୍ୱସ୍ତ କରିଛନ୍ତି । ଆୟୋଜିତ ସମାବେଶରେ ମମତା ହୁଇଲ ଚେୟାରରେ ମଂଚରୁ ଆସି ଲୋକଙ୍କ ଗହଣରେ ପହଁଚି ସମସ୍ତଙ୍କୁ ଆଶ୍ୱସ୍ତ କରିଛନ୍ତି । କ୍ଷମତାକୁ ଆସିବା ପରେ ପ୍ରତି ମୃତକଙ୍କ ପରିବାରକୁ କରିବେ ଥଇଥାନ୍ । ତେବେ ମତଦାନ ସମୟରେ ଗୁଳିକାଣ୍ଡ ଘଟଣାରେ ସେମାନଙ୍କୁ ନ୍ୟାୟ ଦରକାର, ଦାବି କରିଛନ୍ତି ମୃତକଙ୍କ ପରିବାର ।

କୁଚବିହାର ହିଂସାକାଣ୍ଡ ପରେ ଦିଦିଙ୍କ ଉପରେ ଲାଗିଥିଲା ୨୪ ଘଂଟିଆ ପ୍ରଚାର କଟକଣା । ମଙ୍ଗଳବାର ଏହି କଟକଣା ସରିବା ପରେ ପରେ, ବୁଧବାର ଦିଦି କରିଛନ୍ତି ଦୁଇଟି ରାଲି । ଉତର ୨୪ ପ୍ରଗଣା ଅନ୍ତର୍ଗତ ବରାସାତ୍ ଓ ଜଳପାଇଗୁଡିରେ ଦିଦି କରିଛନ୍ତି ରାଲି । ଆଉ ନିର୍ବାଚନ କମିଶନଙ୍କୁ ହାତ କରି ଦିଦିଙ୍କୁ ଅଟକାଇବାକୁ ବିଜେପି ଉଦ୍ୟମ କରୁଥିବା ଦିଦି ଅଭିଯୋଗ ଆଣିଛନ୍ତି । ଜନତା ଏଥର ଏହାର ଜବାବ ଦେବ ବୋଲି କହିଛନ୍ତି ଦିଦି ।

ପଂଚମ ପର୍ଯ୍ୟାୟ ନିର୍ବାଚନ ଆଗରୁ ବିଜେପି ମଧ୍ୟ ନିଜ ବଳ କଷୁଛି । ପୂର୍ବ ବୀରଭୂମିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡ୍ ।ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଏହି ଅବସରରେ ନଡ୍ଡା ଟିଏମସି ସରକାର ଉପରେ ଜୋରଦାର ବର୍ଷିବା ସହ , ଏଥର ପଶ୍ଚିମବଙ୍ଗରେ ସରକାର ବଦଳାଇବାକୁ ଲୋକ ମନ ବଳେଇ ସାରିଥିବା କହିଛନ୍ତି ନଡା ।