କନକ ବ୍ୟୁରୋ: ଜୟ ଶ୍ରୀରାମ ନାରା ଶୁଣି ରାଗିଗଲେ ମମତା । ଆଉ ନାରା ଲଗାଉଥିବା ଲୋକଙ୍କୁ ରାଗରେ କହିଲେ, ଚମଡା ବାହାର କରିଦେବି । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଉ ଏହି ଘଟଣା ହେଉଛି ଗତକାଲିର । ପଶ୍ଚିମବଙ୍ଗର ଉତର ୨୪ ପ୍ରଗଣା ଜିଲ୍ଲା ଦେଇ ଧାରଣାସ୍ଥଳକୁ ଯାଉଥିଲେ । ଏହି ସମୟରେ ରାସ୍ତାର ଆଖପାଖରେ କିଛି ଲୋକ ଜୟ ଶ୍ରୀ ରାମ ଧ୍ୱନି ଦେଇଥିଲେ । ଏହାପରେ ରାଗିଯାଇଥିଲେ ମମତା ।
#WATCH North 24 Parganas: West Bengal CM Mamata Banerjee gets off her car and confronts people chanting 'Jai Shri Ram' slogans, Banerjee says'These are all outsiders and BJP people, they are criminals and were abusing me. They are not from Bengal.' pic.twitter.com/haGjQmQYlv
— ANI (@ANI) May 30, 2019
କାରରୁ ଓହ୍ଲାଇ ମମତା ସେମାନଙ୍କ ଉପରେ ଚିକ୍ରାର କରି ସଂପୃକ୍ତ ଲୋକଙ୍କୁ ବାହାରି ଓ ବିଜେପିର ଏଜେଣ୍ଟ ବୋଲି କହିଥିଲେ । ତେବେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗତକାଲି ଦଳୀୟ କର୍ମକର୍ତାଙ୍କ ଉପରେ ହେଉଥିବା ଆକ୍ରମଣ ବିରୋଧରେ ତୃଣମୂଳ କଂଗ୍ରେସ ପକ୍ଷରୁ ଏକ ଧାରଣାର ଆୟୋଜନ କରାଯାଇଥିଲା । ଏହି ଧାରଣାରେ ଯୋଗଦେବାକୁ ମମତା ଯୋଗଦେବାକୁ ଯାଉଥିଲେ । ଘଟଣାରେ ପରେ ପୋଲିସ ୭ ଜଣଙ୍କୁ ଅଟକ ରଖିଛି ।