କନକ ବ୍ୟୁରୋ: ପଶ୍ଚିମବଙ୍ଗ ବୀରଭୂମର ରାମପୁରହାଟରେ ଘଟିଥିବା ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଆଜି ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଘଟଣାର ୩ ଦିନ ପରେ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟି ସନ୍ତ୍ୱନା ଦେଇଛନ୍ତି ମମତା । ଏହି ଘଟଣା ପାଇଁ ବିଜେପି ଓ କଂଗ୍ରେସ ମମତାଙ୍କ ଟିଏମସିକୁ ଦାୟୀ କରୁଥିବାବେଳେ ଏହି ଘଟଣାକୁ ବିରୋଧୀଙ୍କ ଏକ ଷଡଯନ୍ତ୍ର ବୋଲି ପାଲଟା ଅଭିଯୋଗ କରିଛନ୍ତି ମମତା ।
ମୃତକଙ୍କ ପରିବାରକୁ ଭେଟି ସେମାନଙ୍କୁ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମମତା । ସେମାନଙ୍କ ଘର ନିର୍ମାଣ କରିବାକୁ ୧ଳକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବା ସହ ସେମାନଙ୍କ ପରିବାରର ଜଣକୁ ଚାକିରି ଦେବାକୁ କହିଛନ୍ତି ମମତା । ଘଟଣାସ୍ଥଳକୁ ଜଣେ ପୋଲିସ ଅଧିକାରୀଙ୍କୁ ଡକାଇ ଘଯଣାର ଛାନବିନ୍ କରିବାକୁ ନିର୍ଦ୍ଦେଶ ଦେିଛନ୍ତି । ଏହାସହ ଘଟଣାକୁ ଅବହେଳା କରିଥିବା ପୋଲିସ କର୍ମୀଙ୍କ ବିରୋଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ଗତ ସୋମବାର ରାତିରେ କିଛି ଦୁର୍ବୃତ୍ତ ରାମପୁରହାଟର ସଂଖ୍ୟାଲଘୁଙ୍କ ୫ଟି ଘର ଜାଳିଦେଲେ । ଏଥିରେ ମହିଳା ଓ ଶିଶୁଙ୍କ ସମେତ ୧୦ ଜଣ ଜୀବନ୍ତ ଦଗ୍ଧ଼ ହୋଇ ପ୍ରାଣ ହରାଇଲେ ଏବଂ ଅନେକ ଗୁରୁତର ହେଲେ । ଏହାକୁ ଟିଏମସିର ଏକ ଜଘନ୍ୟ କାଣ୍ଡ ବୋଲି କୁହାଯିବା ସହ ତୀବ୍ର ରାଜନୀତି ହୋଇଥିଲା । ତେବେ ଏହି ଘଟଣାକୁ କେନ୍ଦ୍ର ଏବେବି ବୀରଭୂମରେ ହିଂସା ଜାରି ରହିଛି । ବୁଧବାର ରାତିରେ ଜଣେ ଟିଏମସି ନେତାଙ୍କୁ ଗୁଳିମାଡ ହୋଇଛି ।