କନକ ବ୍ୟୁରୋ :ରାଜ୍ୟ ରାଜନୀତିରେ ଏକଦା ଅଖଣ୍ଡ କ୍ଷମତାରେ ଥିବା ପ୍ରଣବ ପ୍ରକାଶ ଦାସଙ୍କୁ ନେଇ ଆଉ ଏକ ରୋଚକ ଖବର ଆସିଛି । ରାଜ୍ୟସଭା ସାଂସଦଙ୍କ ଠାରୁ କୋଟି କୋଟି ଟଙ୍କା ନେଇ ଯାଜପୁର ବିକାଶରେ କାର୍ୟ୍ୟରେ ଲଗାଇଛନ୍ତି। ଚାପ ପକାଇ ଏମପି ଲ୍ୟାଡ ନେଇଥିଲେ ନା ଦରଦ ଦେଖାଇ ସାଂସଦମାନେ ଅନୁଦାନ ଦେଇଥିଲେ। ଆଉ ଯାହାର ଠୋସ୍ ପ୍ରମାଣ ମିଳିଛି। ଜଣେ ନୁହେଁ କି ଦୁଇ ଜଣ ନୁହେଁ, ୧୧ ଜଣ ରାଜ୍ୟସଭା ସାଂସଦ ଯାଜପୁର ବିକାଶ ପାଇଁ ଅନୁଦାନ ଦେଇଥିବା ଜଣାପଡ଼ିଛି। ବବିଙ୍କ ଦରବାରରେ କିଭଳି ସାଂସଦମାନେ କୋଟିକୋଟି ଟଙ୍କା ଭେଟି ଦେଉଥିଲେ । ନିକଟରେ ଇସ୍ତଫା ଦେଇଥିବା ମମତା ମହନ୍ତ ସାଂସଦ ପାଣ୍ଠି ପରିଚାଳନାରେ ଖୁଲାସ କରିଛନ୍ତି । ମମତାଙ୍କ ଅଭିଯୋଗ ପରେ ଏ ତାଲିକା ଲମ୍ବିଛି।
ବବିଙ୍କ ଦରବାରରେ ସାଂସଦଙ୍କ ପାଣ୍ଠି ଭେଟି

Advertisment

ଦରଦ ନା ଚାପ?
କିଏ ଦେଇଛନ୍ତି କେତେ ଟଙ୍କା?
୨୦୧୯-୨୦, ୨୧-୨୨, ୨୨-୨୩, ୨୩-୨୪ ଆର୍ଥିକ ବର୍ଷ
ସସ୍ମିତ ପାତ୍ର, ସାଂସଦ
ସାଂସଦ ସସ୍ମିତ ପାତ୍ର ଦେଇଛନ୍ତି ୨ କୋଟି
ଯାଜପୁର ବ୍ଲକକୁ ୧ କୋଟି ୭୫ ଲକ୍ଷ ଟଙ୍କା
ଦଶରଥପୁର ବ୍ଲକ ପାଇଁ ୨୫ ଲକ୍ଷ ଅନୁଦାନ

ନରେନ୍ଦ୍ର ସ୍ୱାଇଁ, ସାଂସଦ
ସ୍ୱର୍ଗତ ନରେନ୍ଦ୍ର ସ୍ୱାଇଁ ଦେଇଥିଲେ ୨୮ ଲକ୍ଷ

ଏନ.ଭାସ୍କର ରାଓ, ପୂର୍ବତନ ସାଂସଦ
ପୂର୍ବତନ ସାଂସଦ ଦେଇଛନ୍ତି ୩୩ ଲକ୍ଷ
ଯାଜପୁର ପାଇଁ ୨୫ ଓ ବିଞ୍ଝାରପୁର ପାଇଁ ୮ ଲକ୍ଷ

ପ୍ରସନ୍ନ ଆଚାର୍ୟ୍ୟ, ପୂର୍ବତନ ସାଂସଦ
୫୦ ଲକ୍ଷ ଦେଇଛନ୍ତି ପୂର୍ବତନ ସାଂସଦ
ବବିଙ୍କ ବ୍ଲକକୁ ଦେଇଛନ୍ତି ଅନୁଦାନ

ଅମର ପଟ୍ଟନାୟକ, ପୂର୍ବତନ ସାଂସଦ
ଯାଜପୁର ବ୍ଲକ ପାଇଁ ଦେଇଛନ୍ତି ୨୫ ଲକ୍ଷ ଟଙ୍କା

ସୁଜିତ୍ କୁମାର, ସାଂସଦ
ଯାଜପୁର ବ୍ଲକକୁ ଦେଇଛନ୍ତି ୨୫ ଲକ୍ଷ

ମୁନ୍ନା ଖାଁ, ସାଂସଦ
ଯାଜପୁରର ବିଭିନ୍ନ ପ୍ରକଳ୍ପ ପାଇଁ ୩୦ ଲକ୍ଷ

ସୁବାସ ସିଂ, ପୂର୍ବତନ ସାଂସଦ
ଯାଜପୁର ବିକାଶ ପାଇଁ ଦେଇଛନ୍ତି ୩୫ ଲକ୍ଷ

ମାନସ ମଙ୍ଗରାଜ, ସାଂସଦ
ସାଂସଦ ଦେଇଛନ୍ତି ୩୦ ଲକ୍ଷ

ମମତା ମହନ୍ତ, ପୂର୍ବତନ ସାଂସଦ
୧ କୋଟି ଦେଇଛନ୍ତି ମମତା