କନକ ବ୍ୟୁରୋ: ଆଗକୁ ୨୦୨୪ ଲୋକସଭା ନିର୍ବାଚନ । ଏହାପୂର୍ବରୁ ରାଜନୈତିକ ପାଣିପାଗ ମଧ୍ୟ ସରଗରମ ହୋଇଛି । କେନ୍ଦ୍ର ବିରୋଧରେ ଅନେକ ଆଞ୍ଚଳିକ ଦଳ ମେଳି କରିବାକୁ ପ୍ରସ୍ତୁତ ହେଉଛନ୍ତି । କେନ୍ଦ୍ରର ତଦନ୍ତକାରୀ ସଂସ୍ଥା ବିରୋଧରେ ମଧ୍ୟ ପ୍ରତିବାଦ କରିବେ ବୋଲି ମମତା ଘୋଷଣା କରିସାରିଛନ୍ତି । ଏହାରି ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁରୀ ଆସି ଜଗା ଦର୍ଶନ କରିଛନ୍ତି । ମନ୍ଦିର ଭିତରେ କାଳିଆ ଦର୍ଶନ କରିବା ସହିତ ମାନସିକ ପୂଜା କରିଛନ୍ତି ଏବଂ ମନ୍ଦିର ପରିସରରେ ଥିବା ମା’ ଲକ୍ଷ୍ମୀ, ବିମଳା ତଥା ଅନ୍ୟାନ୍ୟ ଦେବାଦେବୀଙ୍କ ଦର୍ଶନ କରିଛନ୍ତି । ସିଂହଦ୍ୱାର ନିକଟରେ ମମତା ପହଞ୍ଚିବା ବେଳେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମମତା ଭେଟିବାର କାର୍ଯ୍ୟକ୍ରମ ରହିଛି । ଯଦିଓ ଗଣମାଧ୍ୟମ ପ୍ରତିନିଧି ମମତାଙ୍କ ତୃତୀୟ ସାମ୍ମଖ୍ୟକୁ ନେଇ ପଚାରିଥିଲେ । ହେଲେ ସେ ଏହାକୁ ଏଡାଇ ଦେଇଛନ୍ତି । କିନ୍ତୁ ଜଗା ଦର୍ଶନ କରିବାକୁ ଦିଦି ଆସିବାର କାରଣ କହିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ।
ପୁରୀରେ ପଶ୍ଚିମବଙ୍ଗ ସରକାର ତିଆରି କରିବେ ବଙ୍ଗାଳି ଅତିଥି ଭବନ । ଗସ୍ତ ସମୟରେ ଜଗା ଦର୍ଶନ ପୂର୍ବରୁ ମମତା ଜାଗା ବୁଲି ଦେଖିଥିଲେ । ଯେଉଁ ଜମିକୁ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି । ମମତା ଜମି ଦେଖି ଖୁସିବ୍ୟକ୍ତି କରିବା ପରେ ପୁରୀ ଫାଷ୍ଟ ହୋମ୍, ସ୍ୱିଟ୍ ହୋମ୍ ବୋଲି କହିଛନ୍ତି । ଜାଗା ବୁଲାଇବା ସମୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ମମତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୁରୀ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଛନ୍ତି । ମମତା ହେଉଛନ୍ତି କାଳିଆର ପରମଭକ୍ତ । ରଥଯାତ୍ରା ବେଳେ କୋଲକାତାରେ ମଧ୍ୟ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରନ୍ତି ମମତା । କାଳିଆଙ୍କୁ ପୂଜାର୍ଚ୍ଚନା କରିବାର ନଜିର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/mamamata.jpg)