କନକ ବ୍ୟୁରୋ : ରାଜନୀତିରେ ପୁଣି ପଦାରେ ପଡିଲା ମୋଦି-ମମତା କଳି । ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫୋନି’ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସମୀକ୍ଷା ବୈଠକ କରିବାକୁ ପଶ୍ଚିମବଙ୍ଗ ସରକାର ମନା କରିଛନ୍ତି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି ।
ସମ୍ପ୍ରତି ଓଡ଼ିଶାରେ ସାମୁଦ୍ରିକ ବାତ୍ୟା ‘ଫନି’ଜନିତ କ୍ଷୟକ୍ଷତି ସମୀକ୍ଷା କରୁଥିବା ପ୍ରଧାନମନ୍ତ୍ରୀ ମୋଦି କହିଲେ ଯେ ସେ ପଶ୍ଚିମବଙ୍ଗର ପରିସ୍ଥିତି ସମୀକ୍ଷା କରିବାକୁ ଚାହାଁନ୍ତି । ଯୋଜନା କରାଯାଇଥିବା ସମୀକ୍ଷା ବୈଠକ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ ଚିଠି ଲେଖିଥିଲା । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ସୂତ୍ରରୁ କୁହାଯାଇଛି ଯେ ମମତା ବାନାର୍ଜୀ ନେତୃତ୍ୱାଧୀନ ସରକାର ନାସ୍ତିସୂଚକ ଜବାବ ମିଳିଛି । ରାଜ୍ୟରେ କର୍ମଚାରୀମାନେ ନିର୍ବାଚନ କାର୍ୟ୍ୟରେ ବ୍ୟସ୍ତ ଥିବାରୁ ବୈଠକ ସମ୍ଭବ ନୁହେଁ ବୋଲି କାରଣ ଦର୍ଶାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/collage_770.jpeg)