ବିଜେପି ସହିତ ଚାଲିଥିବା ଲଢେଇ ମଧ୍ୟରେ ଶରଦ ପାୱାରଙ୍କ ସହ ମମତାଙ୍କ ଆଲୋଚନା । ତୁରନ୍ତ ହୋଇପାରେ ସବୁ ବିରୋଧୀ ଦଳ ନେତା ମାନଙ୍କ ସହ ବୈଠକ ।

268

କନକ ବ୍ୟୁରୋ : ମହାରାଷ୍ଟ୍ରର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି କି ସୋମବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ବେଳେ ବିରୋଧୀ ଶାସିତ ରାଜ୍ୟ ସରକାର ମାନଙ୍କୁ କେନ୍ଦ୍ର ସରକାର କିଭଳି ଭାବେ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି ତାହା ଉପରେ ଆଲୋଚନା ହୋଇଛି । ଏନସିପି ର ରାଷ୍ଟ୍ରୀୟ ପ୍ରବକ୍ତା ନୱାବ ମଲ୍ଲିକ୍ କହିଛନ୍ତି କି ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ଆରୋପ ଲଗାଇଛନ୍ତି କି ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପି କିଭଳି ଭାବେ ତାଙ୍କୁ ଟାର୍ଗେଟ୍ କରିଛନ୍ତି । ବିଶେଷ ଭାବେ ଏହି ଆଲୋଚନାରେ ଜେ. ପି ନଡ୍ଡାଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ତିନିଜଣ ବରିଷ୍ଠ ଅଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରଣାଳୟ କିଭଳି ଦିଲ୍ଲୀ ସମନ୍ କରିଛନ୍ତି ତାହା ଉପରେ ଆଲୋଚନା ହୋଇଥିବା କଥା ସେ କହିଛନ୍ତି ।

ନୱାବ ମଲ୍ଲିକ ଆହୁରି କହିଛନ୍ତି କି ଏହି ଚର୍ଚ୍ଚା ବେଳେ ବିଜେପି କିଭଳି ଭାବେ ପଶ୍ଚିମବଙ୍ଗରେ ଅସ୍ଥିିରତା ସୃଷ୍ଟି କରୁଛି । କେନ୍ଦ୍ର ସରକାର ସରକାରୀ ଅଧିକାରୀ ମାନଙ୍କୁ କିଭଳି ନିଜ ଇଚ୍ଛାରେ ଦିଲ୍ଲୀ ଫେରାଇ ନେବାକୁ ଚେଷ୍ଟା କରୁଛି ଓ ରାଜ୍ୟ ମାନଙ୍କ ନିକଟରେ ଥିବା କ୍ଷମତାକୁ କିଭଳି ଉଲଙ୍ଘନ କରୁଛି ତାହା ଉପରେ ବିଷଦ ଆଲୋଚନା ହୋଇଛି ।

ସେ କହିଛନ୍ତି କି ଏନେଇ ମମତା ବାନାର୍ଜୀ ଓ ଶରଦ ପାୱାର ଏନେଇ ରାଷ୍ଟ୍ରୀୟ ନେତା ମାନଙ୍କ ସହିତ ଏକ ବୈଠକ କରିବାର ଯୋଜନା ରହିଛି । ଯଦି ଆବଶ୍ୟକ ପଡିବ ତେବେ ଶ୍ରୀ ପାୱାର ପଶ୍ଚିମବଙ୍ଗ ଗସ୍ତ କରିବେ । ଅନ୍ୟପଟେ ମମତା କହିଛନ୍ତି କି ବିଜେପି ଏକ ଧୋକ୍କାବାଜ ପାର୍ଟି । କ୍ଷମତା ପାଇଁ ସେ କିଛି ବି କରିପାରିବେ । କହିରଖୁ କି ଅମିତ୍ ଶାହାଙ୍କ ଗସ୍ତ ବେଳେ ଟଏମସିର ୩୫ ଜଣ ବିଦ୍ରୋହୀ ଖୋଲା ଖୋଲି ଭାବେ ବିଜେପିରେ ଯୋଗ ଦେବା ପରେ ମମତା ଏଭଳି ବୟାନ ରଖିଛନ୍ତି ।

ଅନ୍ୟପଟେ ଜେପି ନଡ୍ଡାଙ୍କ ଗସ୍ତ ବେଳେ ଦାୟିତ୍ୱରେ ଥିବା ୩ ଜଣ ଆଇପିଏସ୍ ଅଧିକାରୀଙ୍କୁ କାର୍ଯ୍ୟରେ ଅବହେଳା ଦର୍ଶାଇ କେନ୍ଦ୍ର ଗୃହ ବିଭାଗ ସେମାନଙ୍କୁ ଦିଲ୍ଲୀ ଯିବା ପାଇଁ ସମନ କରିଥିବା ବେଳେ ମମତା ସରକାର ସେମାନଙ୍କୁ ଦିଲ୍ଲୀ ଯିବାକୁ ଅନୁମତି ଦେଇ ନାହାନ୍ତି ।