କନକ ବ୍ୟୁରୋ: ବିବାହ କାର୍ଯ୍ୟକ୍ରମରେ ଡ୍ୟାନ୍ସ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସଙ୍ଗୀତର ତାଳେ ତାଳେ ନାଚିଲେ ମମତା । ଅଲ୍ଲିପୁରଦ୍ୱାର ଜିଲ୍ଲାର ଫକଲଟା ଠାରେ ଆୟୋଜିତ ଗଣ ବିବାହ ଉତ୍ସବରେ ମମତା ବାନାର୍ଜୀ ନାଚୁଥିବାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ଗଣ ବିବାହ କାର୍ଯ୍ୟକ୍ରମରେ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ଏହି ସମୟରେ ଆଦିବାସୀ ମହିଳାଙ୍କ ସହ ମମତା ବାନାର୍ଜୀ ମଧ୍ୟ ନାଚିବା ଆରମ୍ଭ କରିଥିଲେ । ମମତା ବାନାର୍ଜୀ ଧଳା ଶାଢୀ ଓ ସବୁଜ ରଙ୍ଗର ଶାଲ ଘୋଡାଇ ହୋଇ ଆଦିବାସୀ ମହିଳାଙ୍କ ସହ ନାଚୁଥିବାର ଦେଖିବାକୁ ମିଳିଛି । ପ୍ରଥମେ ଗୋଟିଏ ଦଳ ମହିଳାଙ୍କ ସହ ନାଚିବା ପରେ ଆଉ ଏକ ଦଳ ମହିଳାଙ୍କ ସହ ମିଶି ନାଚିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ମହିଳା ମାନେ ମମତାଙ୍କ ହାତ ଧରି ତାଙ୍କ ସହ ନାଚିବାକୁ ଲାଗିଥିଲେ, ଏହି ସମୟରେ ମମତା ମଧ୍ୟ ତାଙ୍କ ସହ ତାଳରେ ତାଳ ମିଶାଇ ନାଚିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/27-2.jpg)