ଭବାନୀପୁରରେ ମମତାଙ୍କ ପ୍ରଚାର: କହିଲେ, ବିଜେପି ବହୁତ କ୍ରୁର, ସବୁବେଳେ ଗୁଣ୍ଡାଗର୍ଦ୍ଦି କରୁଛି 

114

କନକ ବ୍ୟୁରୋ: ପଶ୍ଚିମବଂଗରେ ଭବାନିପୁର ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ପ୍ରଚାର ମୈଦାନକୁ ଓହ୍ଲାଇ ବିଜେପିକୁ ଟାର୍ଗଟେ କରିଛନ୍ତି ମମତା ବାନାର୍ଜୀ । ଭବାନିପୁରରେ ଏକ ନିର୍ବାଚନ ସଭାରେ ଉଦବୋଧନ ଦେବା ସମୟରେ ମମତା ଭାଜପା ଟାର୍ଗେଟ କରି କହିଛନ୍ତି, ଭାଜପା ଏକ ଜୁମଲା ପାର୍ଟି । ସେ କହିଛନ୍ତି ବିଜେପି ବହୁତ କ୍ରୁର, ଆଉ ଖତରନାକ । ସବୁବେଳେ ଗୁଣ୍ଡାଗର୍ଦ୍ଦି କରିବା ବିଜେପିର କାମ

ସେପଟେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେଓାଲଙ୍କ ପାଇଁ କାଲି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ଓ ପଶ୍ଚିମବଂଗର ନୂଆ ଭାଜପା ସଭାପତି  ।

ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପକ୍ଷରେ ବିଜୟ ପାଇଁ ଭାଜପା ପକ୍ଷରୁ ସବୁ ଅସ୍ତ୍ର କୁ ବ୍ୟବହାର କରାଯାଉଛି । କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ଭବାନିପୁର ନିର୍ବାଚନୀ କ୍ଷେତ୍ରରେ ଡୋର ଟୁ ଡୋର ବୁଲି କ୍ୟାମ୍ପେନ କରିଛନ୍ତି । ପ୍ରଚାର ସମୟରେ ସେ ମୋଦିସରକାରଙ୍କ ଉଜ୍ୱଳା ଗ୍ୟାସର ସଫଳତା ବିଷୟରେ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି । ସେହିପରି ମନ୍ତ୍ରୀ ଫଳ ଦୋକାନଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପଯ୍ୟନ୍ତ ସବୁଠାରେ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ଏହି ସମୟରେ ତାଙ୍କ ସହ ଭାଜପା ଉପନିବାଚନ ପ୍ରାର୍ଥୀ ପ୍ରିୟଙ୍କା ମଧ୍ୟ ଥିଲେ ।

ସେହିପରି ପଶ୍ଚିମବଂଗ ନବନିଯୁକ୍ତ ଭାଜପା ସଭାପତି ମଧ୍ୟ ମମତାଙ୍କ ଗଡରେ ପ୍ରଚାର ମଇଦାନକୁ ଆସିଛନ୍ତି । ଏହାସହ ଆରମ୍ଭ ଦିନରୁ ଟିଏମସି ସରକାରଙ୍କୁ ତେରଛା ତୀର ମାରିଛନ୍ତି ସୁକାନ୍ତ ମଜୁମଦାର । ଭୋଟିଂ ବ୍ୟବସ୍ଥା ମୁକ୍ତ ଓ ନିରପେକ୍ଷ ହେଲେ ଭବାନିପୁର ଆସନ ଜିତିବା ପୂରା ୧୦୦ ପ୍ରତିଶତ ନିଶ୍ଚିତ ବୋଲି ବେଂଗଲ ଭାଜପା ସଭାପତି କହିଛନ୍ତି । ଏହାସହ ଭାବନିପୁର ଭୋଟରଙ୍କ ମଧ୍ୟରେ ସେ ଏକ ନୂଆ ତରଙ୍ଗ ଦେଖିଛନ୍ତି ବୋଲି କହିଛନ୍ତି ।

ତେବେ ଆଜି ବିଜେପି  ପକ୍ଷରୁ ଆଉ ଏକ ଅଭିଯୋଗ କରାଯାଇଛି କି ମମତାଙ୍କ ବାସଭବନ ଅଂଚଳରେ ଭାଜପାକୁ ପ୍ରଚାର କରିବାକୁ ଦିଆଯାଉନାହିଁ । ଖାଲି ସେତିକି ନୁହେଁ ଟିଏମସି ଭବାନିପୁର ଉପନିବାଚନରେ ହାରିବା ଭୟରେ ମମତାଙ୍କ ଗଡରେ ବେଂଗଲ ପୋଲିସ ଦ୍ୱାରା ପ୍ରଚାର କରିବାକୁ ଅଟକାଯାଉଛି ବୋଲି ଅଭାଯୋଗ ଆଣିଛନ୍ତି ବିଜେପି ରାଜ୍ୟ ସଭାପତି । ତେବେ ପୋଲିସ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଛି । ଟିକାକରଣର ପ୍ରମାଣପତ୍ରର ଅଭାବ ଓ ହାଇ ସିକୁରିଟିଜୋନକୁ ଭଂଗକରିବାକୁ ଭାଜପା ପକ୍ଷରୁ ଚେଷ୍ଟା କରାଯାଉଥିଲାବୋଲି କୁହାଯାଇଛି । ତେବେ ପଶ୍ଚିମବଂଗ ଉପନିବାଚନର ଫଳାଫଳକୁ ନେଇ ଏବେ ଜାତୀୟ ସ୍ଥରରେ ମଧ୍ୟ ନଜର ଲାଗିରହିଛି । କିଏ ଏ ଉପନିବାଚନରେ ବାଜି ମାରୁଛି ତାହା ଦେଖିବାକୁ ବାକି ରହିଲା ।