ୟୁପିରେ ଏକାଠି ମୋଦୀ ବିରୋଧୀ : ସମାଜବାଦୀ ପାଟି ପାଇଁ ଅଖିଳେଶ ଯାଦବଙ୍କ ସହ ମିଶି ପ୍ରଚାର କଲେ ମମତା ବାନାର୍ଜୀ

Advertisment
ୟୁପିରେ ଏକାଠି ମୋଦୀ ବିରୋଧୀ : ସମାଜବାଦୀ ପାଟି ପାଇଁ ଅଖିଳେଶ ଯାଦବଙ୍କ ସହ ମିଶି ପ୍ରଚାର କଲେ ମମତା ବାନାର୍ଜୀ

କନକ ବ୍ୟୁରୋ : ୟୁପିରେ ଏକାଠି ହେଲେ ମୋଦୀ ବିରୋଧୀ । ଉତରପ୍ରଦେଶ ନିର୍ବାଚନ ଯେତିକି ପାଷଖଇ ଆସୁଛି ସେତିକି ନିକଟତର ହେଉଛନ୍ତି ବିଜେପି ବିରୋଧୀ । ଉତର ପ୍ରଦେଶରେ ଯୋଗୀ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଏକ ପ୍ରକାର ଲଢ଼େଇ ଆରମ୍ଭ କରିଛନ୍ତି ସମାଜବାଦୀ ପାଟି ମୁଖ୍ୟ ଅଖିଳେଶ ଯାଦବ । ଆଉ ଏବେ ତାଙ୍କୁ ମିଳିଯାଇଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମର୍ଥନ ।

କେନ୍ଦ୍ରରେ ମୋଦୀ ସରକାର ବିରୋଧୀ ଜନମତକୁ ୟୁପିରେ ପ୍ରଭାବିତ କରି ଅଖିଳେଶଙ୍କ ସପକ୍ଷରେ ଆଣିବାକୁ ପ୍ରୟାଶ ଆରମ୍ଭ କରିଛନ୍ତି ମମତା । ଆଜି ଲକ୍ଷ୍ନୌ ସମାଜବାଦୀ ପାଟି ପାଇଁ ଅଖିଳେଶଙ୍କ ସହ ପ୍ରଚାର କରିଛନ୍ତି ମମିତା । କହିଛନ୍ତି ବିଜେପି କ୍ଷମତାକୁ ଆସିଲେ ପୁଣି ବୁଲେଇ ବଙ୍କେଇ କୃଷି ଆଇନ ଆଣିବ । ତେଣୁ ୟୁପିର ମହିଳା ଚାହିଁଲେ ବିଜେପି କ୍ଷମତାଚ୍ୟୁତ ହେବ । ଏବଂ ଅଖିଳେଶଙ୍କ ଶାସନରେ ୟୁପିର ବିକାଶ ସମ୍ଭବ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe