କରୋନାରେ ପ୍ରାଣ ହରାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ ଅସୀମ ବାନାର୍ଜୀ

3,153

କନକ ବ୍ୟୁରୋ : କରୋନା କାଳରେ ଦେଶ କେତେ କେତେ ଜ୍ଞାନୀ ଗୁଣି ଓ ପରିଚିତ ଚେହେରାଙ୍କୁ ଅକାଳରେ ହରାଉଛି    । ଏହାରି ଭିତରେ ଏକ ଦୁଖଦ ଖବର ଆସିଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଅସୀମ ବାନାର୍ଜୀଙ୍କର କରୋନା ସଂକ୍ରମଣରେ ଦେହାନ୍ତ ହୋଇଛି ।

ସୂଚନା ମୁତାବକ ସେ କରୋନାରେ ସଂକ୍ରମିତ ହେବା ପରେ କୋଲକତା ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ । କିନ୍ତୁ ହଠାତ୍ ଆଜି ତାଙ୍କର ଦେହାନ୍ତ ହୋଇଛି । ଏନେଇ ପୁରା ପଶ୍ଚିମବଙ୍ଗରେ ଦୁଖର ଛାୟା ଖେଳିଯାଇଛି ।

କହିରଖୁ କି ବିଧାନସଭା ନିର୍ବାଚନ ପରେ ପରେ ପଶ୍ଚିମବଙ୍ଗରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ସବୁ ରେକର୍ଡ ଭାଙ୍ଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଗୋଟିଏ ଦିନରେ ୨୦,୮୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୯୪,୮୦୨ କୁ ବୃଦ୍ଧି ପାଇଛି । ରାଜ୍ୟରେ ଗତ ୨୪ ଘଂଟାରେ ୧୩୬ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ କରୋନା ସଂକ୍ରମଣରେ ମୋଟ ମୃତକଙ୍କ ସଂଖ୍ୟା ୧୨,୯୯୩ ରେ ପହଂଚିଛି ।