ପଶ୍ଚିମବଙ୍ଗର ହାଇଭୋଲଟେଜ ଆସନରେ କାଲି ପଡିବ ଭୋଟ । ଶକ୍ତି ପ୍ରଦର୍ଶନ କଲେ ଦିଦି ଓ ଦାଦା, କାହା ସପକ୍ଷରେ ଭୋଟ ଦେବେ ନନ୍ଦିଗ୍ରାମବାସୀ ।

106

କନକ ବ୍ୟୁରୋ : ଆସନ୍ତାକାଲି ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ପଶ୍ଚିମବଙ୍ଗ ରାଜନୀତିର ସବୁଠାରୁ ଅଧିକ ଚର୍ଚ୍ଚିତ ଆସନ , ନନ୍ଦିଗ୍ରାମରେ ଭୋଟ୍ ପଡିବ । କାରଣ ଏହିଠାରୁ ଟିଏମସିରୁ ନିର୍ବାଚନ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପି ପ୍ରାର୍ଥୀ ଅଛନ୍ତି ଶଭେନ୍ଦୁ ଅଧିକାରୀ । ଏହି କାରଣରୁ ନନ୍ଦିଗ୍ରାମ ଏବେ ଉଭୟ ବିଜେପି ଓ ଟିଏମସି ପାଇଁ ପାଲିଟି ଯାଇଛି ସମ୍ମାନର ପ୍ରଶ୍ନ । ମୋଟ୍ ୩୦ ଆସନ ପାଇଁ ଆସନ୍ତାକାଲି ଭୋଟ୍ ପଡିବାକୁ ଯାଉଥିଲେ ମଧ୍ୟ, ସମସ୍ତଙ୍କ ନଜର ରହିଛି ନନ୍ଦିଗ୍ରାମ ଉପରେ ।

ଆସନର ନାଁ ନନ୍ଦିଗ୍ରାମ । ଆସନ୍ତାକାଲି ପଡିବ ଭୋଟ୍ । ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଗୁରୁବାର ସବୁଠାରୁ ଚର୍ଚିତ ଆସନ ନନ୍ଦିଗ୍ରାମରେ ହେବ ଭୋଟିଂ । ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୩୦ ଆସନରେ ହେଉଛି ଭୋଟିଂ । ୪ ଜିଲ୍ଲାର ୩୦ ଆସନ ଭିତରୁ ସବୁଠାରୁ ଚର୍ଚାରେ ରହିଛି ନନ୍ଦିଗ୍ରାମ ଆସନ । କାରଣ ଏହି ଆସନରେ ବେଙ୍ଗଲ ଦେଖୁଛି ଚଳିତ ନିର୍ବାଚନର ସବୁଠାରୁ ବଡ ଲଢେଇ । ନନ୍ଦିଗ୍ରାମ ପାଲଟିଛି ପଶ୍ଚିମବଙ୍ଗର ହାଇଭୋଲଟେଜ୍ ଆସନ । କାରଣ ଏହି ଆସନରୁ ଟିଏମସି ପ୍ରାର୍ଥୀ ଅଛନ୍ତି ମମତା ବାନାର୍ଜୀ । ଆଉ ମମତାଙ୍କୁ ଟକ୍କର ଦେବାକୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ମମତାଙ୍କ ପୁରୁଣା ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କୁ । ଏହାରି ଭିତରେ ଏହି ଦୁଇ ହେଭିୱେଟ୍ ନେତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।

ପଶ୍ଚିମବଙ୍ଗରେ ୮ ଟି ପର୍ଯ୍ୟାୟର ମତଦାନରୁ ଏପ୍ରିଲ ୧ ତାରିଖରେ ୩୦ ଆସନରେ ହେବାକୁ ଯାଉଛି ମତଦାନ । ଏହି ପର୍ଯ୍ୟାୟରେ ବେଙ୍ଗଲର ୪ ଜିଲ୍ଲାର ୨୪ ପ୍ରଗଣା ପାର୍ଟ ୧ , ବାଙ୍କୁରା ପାର୍ଟ ୨, ପଶ୍ଚିମ ମେଦିନପୁର ପାର୍ଟ ୨ ଏବଂ ପୂର୍ବ ମେଦିନାପୁର ଜିଲ୍ଲାରେ ହେବାକୁ ଯାଉଛି ମତଦାନ । ସକାଳ ୮ଟାରୁ ଅପରାହ୍ନ ୬ଟା ଯାଏଁ ଚାଲିବ ମତଦାନ । ପ୍ରଚାର ଥମିବା ପରେ ଶେଷ ୨୪ ଘଂଟା ରହିଛି ଉଭୟ ଟିଏମସି ଓ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ । ଏପଟେ ପୁଲିଂ କେନ୍ଦ୍ରରେ ପହଁଚି ସାରିଲେଣି ପୁଲିଂ କର୍ମଚାରୀ ଓ ଅଧିକାରୀ । ଏସବୁ ଭିତରେ ହୁଗୁଳିରେ ଆଗାମୀ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ସମୟରେ ବିଜେପି ଅଧକ୍ଷ ଜେପି ନଡ୍ଡା କହିଛନ୍ତି ଏଥର ନନ୍ଦଗ୍ରାମରେ ହାରିବାକୁ ଯାଉଛନ୍ତି ଦିଦି । ଏହାରି ଭିତରେ ଗତକାଲି ମମତା ନିଜର ଗୋତ୍ର ଶାଣ୍ଡିଲ୍ୟ ବୋଲି କହି , ହିନ୍ଦୁ ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ଉଦ୍ୟମ କରିଛନ୍ତି ।

ଏବେ ନନ୍ଦିଗ୍ରାମରେ ହେବ ଅସଲ ଲଢେଇ କାରଣ, ମମତାଙ୍କ ବିରୋଧରେ ଏହି ଆସନରୁ ତାଙ୍କ ପୂର୍ବତନ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ମମତା ନିଜ ପାରମ୍ପରିକ ଆସନ ଭବାନୀପୁରକୁ ଛାଡି ଏଥର ନନ୍ଦିଗ୍ରାମରୁ ନିର୍ବାଚନ ଲଢୁଛନ୍ତି । ବିଜେପି ଏହି ଆସନରୁ କଳେବଳେ ଜିିତିବା ପାଇଁ ସ୍ୱତନ୍ତ୍ର ରଣନୀତି କରୁଥିବାବେଳେ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି ମମତା ବାନାର୍ଜୀ । ସେପଟେ ବିଜେପି ବି ଏଠାରେ ଜୋରଦାର କରିଛନ୍ତି ନିର୍ବାଚନୀ ପ୍ରଚାର । ଏସବୁ ଭିତରେ ନନ୍ଦିଗ୍ରାମରେ ଭୋଟ୍ ପଡିବା ଆଗରୁ ବିଜେପି ନାଁରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଛି ଟିଏମସି । ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ଚଳିତ ନିର୍ବାଚନ ହେଉଥିବା ବେଳେ ବିଜେପି ପାଇଁ ଫୋକସରେ ଅଛି ପଶ୍ଚିମବଙ୍ଗ । ଏସବୁ ଭିତରେ ନନ୍ଦିଗ୍ରାମ ଉଭୟ ଟିଏମସି ଓ ବିଜେପି ପାଇଁ ପାଲଟି ଯାଇଛି ସମ୍ମାନର ପ୍ରଶ୍ନ ।