କନକ ବ୍ୟୁରୋ: ପଶ୍ଚିମବଙ୍ଗ ଚିଟ୍ ଫଣ୍ଡ ମାମଲା ନେଇ ସିବିଆଇ- ପଶ୍ଚିମବଙ୍ଗ ପୁଲିସ ସହିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁହାମୁହିଁ ହେବା ଘଟଣାରେ ଆଜି ସିବିଆଇ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଆରମ୍ଭ କରି କହିଛନ୍ତି ଯେ, ପୁଲିସ କମିସନର ରାଜୀବ କୁମାର ସିବିଆଇ ନିକଟରେ ମାମଲାର ତଦନ୍ତ ପାଇଁ ଉପଲବ୍ଧ ହେବା ସହିତ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ।
ତେବେ ସିବିଆଇ ଶ୍ରୀ କୁମାରଙ୍କୁ ଗିରଫ କରି ପାରିବ ନାହିଁ। କୋର୍ଟ ତାଙ୍କର ରାୟରେ ସ୍ପଷ୍ଟ କରିଛନ୍ତି ଯେ ସିବିଆଇ ଶ୍ରୀ କୁମାରଙ୍କୁ ପଚରାଉଚରା କରି ପାରିବେ। ମାତ୍ର ତାଙ୍କୁ ଗିରଫ କରି ପାରିବେ ନାହିଁ ବୋଲି ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ଏହି ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ ଓ ପୁଲିସ କମିସନର ଶ୍ରୀ କୁମାରଙ୍କୁ ଅଦାଲତ ଅବମାନନା ନୋଟିସ ଜାରି କରିଛନ୍ତି। ଚଳିତ ଫେବ୍ରୁଆରି ମାସ ୨୦ ତାରିଖ ସୁଦ୍ଧା ଏହି ନୋଟିସର ଉତ୍ତର ରଖିବାକୁ ସୁପ୍ରିମ କୋର୍ଟ ଏହି ୩ ଜଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ସକାଳେ ଏହି ମାମଲାର ଶୁଣାଣି ଆରମ୍ଭ ପୂର୍ବରୁ ସିବିଆଇ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଲ ସତ୍ୟପାଠ ଜରିଆରେ ଜଣାଇଥିଲେ ଯେ ଶାରଦା ଚିଟ୍ଫଣ୍ଡ ମାମଲାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ରାଜୀବ କୁମାର ଘଟଣାର ତଦନ୍ତ ସମୟରେ ଅଭିଯୁକ୍ତମାନଙ୍କ ଠାରୁ ଜବତ ହୋଇଥିବା ଲାପ୍ଟପ୍ ଓ ମୋବାଇଲରୁ ସମସ୍ତ ତଥ୍ୟ ସଂଗ୍ରହ ନ କରି ଏହି ଲାପଟପ୍ ଓ ମୋବାଇଲକୁ କୁ ସେମାନଙ୍କୁ ଫେରାଇ ଦେଇଥିଲେ। ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବଳରେ ସିବିଆଇ ତଦନ୍ତ ଆରମ୍ଭ କରିବା ସମୟରେ ବହୁ ତଥ୍ୟ ମିଳି ନ ଥିଲା ବୋଲି ସିବିଆଇ ସତ୍ୟପାଠରେ ଜଣାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/SC-UP.jpg)
/kanak/media/post_attachments/wp-content/uploads/2019/02/vlcsnap-2019-02-04-19h41m01s603-300x220.png)
/kanak/media/post_attachments/wp-content/uploads/2019/02/supreme-court_reuters-300x180.jpg)