ପଶ୍ଚିମବଙ୍ଗ : ଦିଦିଙ୍କ ମୁଣ୍ଡରେ ପଡିଲା ଚଡକ ! ବିଜେପିରେ ଯୋଗ ଦେଇପାରନ୍ତି ଟିଏମସିର ୫୦ ନେତା ଏବଂ ୪ ବିଧାୟକ ।

1,593

ଲୋକସଭା ନିର୍ବାଚନ ୨୦୧୯ ର ପରାଜୟ ପରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ କୁନବେରେ ଚହଳ ଖେଳିଯାଇଛି । ଦିଦିଙ୍କ ପାର୍ଟି ତୃଣମୂଳ କଂଗ୍ରେସରୁ ନିକଟରେ ସସପେଣ୍ଡ ହୋଇଥିବା ମୁକୁଲ୍ ରାୟ ବଡ ଘୋଷଣା କରିଛନ୍ତି । ତାଙ୍କ କହିବାନୁସାରେ , ପରାଜୟ ପରେ ଟିଏମସିର ଅନେକ ବିଧାୟକ ବିଜେପିର ସଂପର୍କରେ ଆସିଛନ୍ତି । ସୂତ୍ରନୁସାରେ , ଟିଏମସିର ୫୦ ପ୍ରତିଶତ ନେତା ବିଜେପିରେ ମିଶିପାରନ୍ତି । ଯେଉଁଥିରେ ୩ ଜଣ ଚେୟାରମ୍ୟାନ୍ ମଧ୍ୟ ରହିଛନ୍ତି । ଏହି ଲିଷ୍ଟରେ ୪ ବିଧାୟକଙ୍କ ନାଁ ବି ସାମିଲ୍ ରହିଛି । ଯେଉଁଥିରେ ମୁକୁଲ ରାୟଙ୍କ ପୁଅ ତଥା ବିଧାୟକ ଶୁଭ୍ରାନ୍ସୁ ରାୟ ମଧ୍ୟ ସାମିଲ୍ ଅଛନ୍ତି । ମୁକୁଲ ରାୟ ୨୦୧୮ ରେ ବିଜେପି ଅଧିନକୁ ଚାଲିଆସିଥିଲେ ଏବଂ ଏବେ ତାଙ୍କ ପୁଅ ମଧ୍ୟ ଏହି ରାସ୍ତାରେ ଚାଲିବାକୁ ଆସୁଛନ୍ତି ।

ଲୋକସଭା ନିର୍ବାଚନରେ ବଙ୍ଗଳାର ମୋଟ ୪୨ ଟି ସିଟ୍ ରୁ ବିଜେପି ୧୮ ଟି ସିଟ୍ ଅକ୍ତିଆର କରିଥିଲା । ବିଜେପିର ଗୋଟିଏ ମାତ୍ର ଲକ୍ଷ ବଙ୍ଗଳାରୁ ମମତା ବାନାର୍ଜୀଙ୍କ ଶାସନରୁ ବଚାଂଇବା । ବିଜୟବର୍ଗୀଙ୍କ କହିବାନୁସାରେ, ବଙ୍ଗଳାରେ ଟିଏମସିର କାର୍ଯ୍ୟପ୍ରଣାଳୀ କାରଣରୁ ଏହାକୁ ଜନତା ସ୍ୱୀକାର କଲେ ନାହିଁ । ଟିଏମସି କାର୍ଯ୍ୟକର୍ତ୍ତାଙ୍କ ଉପଦ୍ରବ ବଙ୍ଗଳାବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ଯଦି ବଙ୍ଗଳାରେ ଏହି ଭୋଟିଙ୍ଗ୍ ଟ୍ରେଣ୍ଡ ରହିବ ତେବେ ଏଥିରେ କୌଣସି ସନ୍ଦେହ ନୁହେଁ ଯେ ବିଜେପି କଲିକତା ଲୋକସଭା ନିର୍ବାଚନ ଏବଂ ୨୦୨୧ ରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ମଧ୍ୟ ବିଜୟ ହେବ ।