ମୋଦିଙ୍କ ଉପରେ ପୁଣି ଗର୍ଜିଲେ ମମତା । ବିଜେପିକୁ ଚୋରଙ୍କ ଦଳ କହି କଲେ କଟାକ୍ଷ ।

347

କନକ ବ୍ୟୁରୋ: ଜନସଭାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଗର୍ଜନ । ମଞ୍ଚରୁ ମୋଦି ସରକାରଙ୍କୁ କଲେ ଟାର୍ଗେଟ । ବିଜେପି ଭୋଟବ୍ୟାଙ୍କ ରାଜନୀତି ପାଇଁ ଦେଶ ଓ ଜନତାକୁ ଲୁଟିଛନ୍ତି । ମମତା କହିଛନ୍ତି ପୁଞ୍ଜିପତି ବନ୍ଧୁଙ୍କ ପକେଟ ଫୁଲ କରିଛନ୍ତି ମୋଦୀ । ଏଥିସହ ପଶ୍ଚିମବଙ୍ଗର ଟିଏମସି ସମର୍ଥକଙ୍କୁ ବିଜେପି ବିରୋଧୀ ସ୍ଲୋଗାନ ଦେବାକୁ ଅପିଲ କରିଛନ୍ତି । ବିଜେପି ସରକାରଙ୍କୁ ଚୋର କହି କଟାକ୍ଷ କରିବା ସହ ସ୍ଲୋଗାନ ଦେବାକୁ ଅପିଲ କରିଛନ୍ତି ମମତା ।

ବିଜେପିର ୪ଶହ ପାର ନାରା କେବଳ କଥାରେ ରହିଯିବ । ଦଳ ୨ଶହ ଆସନ ବି ହାସଲ କରିପାରିବନି ବୋଲି ମମତା କହିଛନ୍ତି । କୋଟି କୋଟି ଟଙ୍କା ଲଗାଇ ମିଛ ସର୍ଭେ ରିପୋର୍ଟ କହି ପ୍ରଶଂସା ସାଉଁଟୁଥିବା ବିଜେପି ଉପରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଇଣ୍ଡି ମେଂଟକୁ ମଧ୍ୟ ଟାର୍ଗେଟ କରି କଂଗ୍ରେସ ଓ ସିପିଆଇକୁ ଭୋଟ ନଦେବାକୁ ଜନତାଙ୍କୁ ସେ ଅପିଲ କରିଛନ୍ତି । କଂଗ୍ରେସ ସିପିଆଇକୁ ଭୋଟ ଦେବା ଅର୍ଥ ପରୋକ୍ଷରେ ବିଜେପିକୁ ଭୋଟ ଦେବା ସଦୃଶ । ଉଭୟ ଦଳ ବିଜେପି ପାଇଁ କାମ କରନ୍ତି ଓ ମିଛ ପ୍ରତିଶ୍ରୁତି ଦେଇ ଭୋଟ ମାଗନ୍ତି ।