ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଣ୍ଡରେ ଆଘାତ । କୋଲକାତାରେ ଘରୋଇ ହସ୍ପିଟାଲରେ ଭର୍ତ୍ତି

635

କନକ ବ୍ୟୁରୋ : ଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ । ମୁଣ୍ଡରେ ଆଘାତ ଲାଗିବାରୁ ସେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । କୋଲକାତାର ଏସଏସକେଏମ ହସ୍ପିଟାଲରେ ସେ ଭର୍ତି ହୋଇଛନ୍ତି । କିଭଳି ଆହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନି । କିନ୍ତୁ ଘରେ ସେ ପଡିଯିବାରୁ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡିଛି । ଏ ନେଇ ତୃଣୂମୁଳ କଂଗ୍ରେସର ଆନୁଷ୍ଠାନିକ ସୋଶିଆଲ ମିଡିଆ ଆକାଉଂଟରେ ସୂଚନା ଦିଆଯାଇଛି । ମମତା ବାନାର୍ଜୀଙ୍କ ଆହତ ଥିବା ତିନୋଟି ଫଟୋ ପୋଷ୍ଟ କରିବା ସହ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରାଯାଇଛି । ଫଟୋ ଚିତ୍ରରୁ ସ୍ପଷ୍ଟ ଜଣାପଡୁଛି ମମତାଙ୍କ ମୁଣ୍ଡରେ ଆଘାତ ଲାଗିଛି ।