କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ । ମୁଣ୍ଡରେ ଆଘାତ ଲାଗିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କୋଲକାତାର ଏସଏସକେଏମ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି । କିଭଳି ଆହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନି । କିନ୍ତୁ ଘରେ ସେ ପଡିଯିବାରୁ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡିଛି ।

Advertisment

ଏନେଇ ତୃଣୂମୁଳ କଂଗ୍ରେସର ଆନୁଷ୍ଠାନିକ ସୋଶିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦିଆଯାଇଛି । ମମତା ବାନାର୍ଜୀଙ୍କ ଆହତ ଥିବା ତିନୋଟି ଫଟୋ ପୋଷ୍ଟ କରିବା ସହ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରାଯାଇଛି । ଫଟୋ ଚିତ୍ରରୁ ସ୍ପଷ୍ଟ ଜଣାପଡୁଛି ମମତାଙ୍କ ମୁଣ୍ଡରେ ଆଘାତ ଲାଗିଛି ।