ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଅନ୍ୟ ରାଜ୍ୟରେ ଫଶି ରହିଥିବା ପ୍ରବାସୀଙ୍କ ପାଇଁ ଗଡିବ ୧୦୫ଟି ଅତିରିକ୍ତ ଟ୍ରେନ: ଟ୍ୱିଟ୍ କରି ସୂଚନା ଦେଲେ ମମତା ବାନାର୍ଜୀ

2,277

କନକ ବ୍ୟୁରୋ: କରୋନା ସଂକଟ ଭିତରେ ଦେଶର ବିଭିନ୍ନ ପ୍ରାନ୍ତରେ ଫଶିରହିଛନ୍ତି ପ୍ରାୟ ହଜାର ହଜାର ସଂଖ୍ୟାର ପ୍ରବାସୀ ଶ୍ରମିକଙ୍କ ସହ ଅନେକ ଲୋକ । ସେହିଭଳି ପଶ୍ଚିମବଙ୍ଗର ଯେଉଁ ଲୋକମାନେ ରାଜ୍ୟ ବାହାରେ ଫସି ରହିଛନ୍ତି । ସେମାନଙ୍କୁ ସ୍ୱରାଜ୍ୟ ଫେରାଇ ଆଣିବାକୁ ୧୦୫ଟି ଅତିରିକ୍ତ ଟ୍ରେନ ଚଲାଇବାକୁ ଘୋଷଣ କରିଛନ୍ତି ପଶ୍ଚିମବଙ୍ଗ ସରକାର । ଏନେଇ ଖୋଦ୍ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ମମତା ବାନାର୍ଜୀ ଟ୍ୱିଟ୍ ଅନୁସାରେ, ପଶ୍ଚିମବଙ୍ଗର ଯେଉଁ ଲୋକମାନେ ଦେଶର ବିଭିନ୍ନ ପ୍ରାନ୍ତରେ ଫଶିରହିଛନ୍ତି, ସେମାନଙ୍କୁ ନିଜ ଭିଟାମାଟିକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକରାଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ପାଖାପାଖି ୧୦୫ଟି ଅତିରିକ୍ତ ସ୍ପେଶାଲ ଟ୍ରେନ ଚଳାଇବାକୁ ବ୍ୟବସ୍ଥା କରାଯାଇଛି । ସେହିଭଳି ମମତାଙ୍କ କହିବା ଅନୁସାରେ, ଆଗାମୀ କିଛି ଦିନରେ ଆମେ ଏହି ଟ୍ରେନ ଦେଶର ବିଭିନ୍ନ ସ୍ଥାନକୁ ପଶ୍ଚିମବଙ୍ଗରୁ ଟ୍ରେନ ଚଳାଚଳ ଆରମ୍ଭ କରାଯିବ । ତେବେ ଏହି ଟ୍ରେନ କେଉଁଠୁ ଏବଂ କେବେଠୁ ଚାଲିବ ସେନେଇ ସୂଚନା ମଧ୍ୟ ମମତା ନିଜ ଟ୍ୱିଟରେ ଦେବା ସହ ଏହାର ଏକ ଲିଙ୍କ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ କ୍ଲିକ୍ କରି ଆପଣ ଟ୍ରେନର ଟାଇମିଂ ଜାଣିପାରିବେ ।

ଏଠାରେ ଆମେ କହି ରଖୁଛୁ କି, ଗତ କିଛି ଦିନ ତଳେ ପଶ୍ଚିମବଙ୍ଗର ଫସି ରହିଥିବା ପ୍ରବାସୀଙ୍କୁ ନେଇ ରାଜନୀତି ହୋଇଥିଲା । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏପ୍ରସଙ୍ଗରେ ମମତା ବାନାର୍ଜୀଙ୍କ ନିକଟକୁ ଏକ ଚିଠି ବି ଲେଖିଥିଲେ । ତେବେ ଉକ୍ତ ଚିଠିରେ ସେ ଲେଖିଥିଲେ ଯେ, ଅନ୍ୟ ରାଜ୍ୟରେ ଫଶ ିରହିଥିବା ପଶ୍ଚିମବଙ୍ଗର ଶ୍ରମିକ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି । ହେଲେ ରାଜ୍ୟ ସରକାରଙ୍କ ଆବଭାବ କିଛି ଠିକ୍ ନାହିଁ । ଲୋକଙ୍କୁ ନିଜ ରାଜ୍ୟକୁ ଫେରାଇନେବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ସେଭଳି କୌଣସି ତତପରତା ଦେଖିବାକୁ ମିଳୁନି । ଏପରିକି ରାଜ୍ୟରେ ଟ୍ରେନଗୁଡିକର ପ୍ରବେଶ ପାଇଁ ମଧ୍ୟ ଅନୁମତି ମିଳୁନି ବୋଲି ଅଭିଯୋଗ କରିଥିଲେ ଶାହା । ତେବେ ଗୃହ ମନ୍ତ୍ରୀଙ୍କ ଏହି ଚିଠିଟିକୁ ନେଇ ପରବର୍ତ୍ତୀ ସମୟରେ ସରଗରମ ହୋଇଉଠିଥିଲା ରାଜନୀତି ।