ବିଜେପି ପାଇଁ ଜନତା ହେବେ ‘ବୁଲଡୋଜର’। ମମତା ବାନାର୍ଜୀ କାହିଁକି କହିଲେ ଏମିତି ପଢନ୍ତୁ…

166

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ପାଇଁ ଜନତା ହେବେ ‘ବୁଲଡୋଜର’ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଭଳି କିଛି ପ୍ରତିକ୍ରିୟା ରଖି ବିଜେପିକୁ ଟାର୍ଗେଟ କରିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଦେଶରେ ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଦେଶର ଜନତା ବିଜେପି ପାଇଁ ବୁଲଡୋଜର ହେବେ । ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏହା କହିଛନ୍ତି ।

ଆଗାମୀ ନିର୍ବାଚନ ବିଜେପି ବନାମ ଭାରତୀୟ ଜନତା ହେବାକୁ ଯାଉଛି । ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ ପ୍ରଶ୍ନ କରିଥିଲେ ବର୍ତ୍ତମାନ ବିରୋଧୀ ମୁକ୍ତ ଭାରତର ନାରା ଦିଆଯାଉଛି । ଏହାର ଉତ୍ତରରେ ମମତା କହିଛନ୍ତି ଏଭଳି ପ୍ରତିଶୋଧ ପରାୟଣର ସରକାର କେବେ ଦେଖିନଥିଲେ । ବିଜେପି ସରକାର ବର୍ତ୍ତମାନ ଯେମିତି ସବୁଆଡେ ବୁଲଡୋଜର ଚଳାଉଛି । ଜନତା ମଧ୍ୟ ଆଗାମୀ ଦିନରେ ବୁଲଡୋଜର ଚଳାଇବେ । ଲୋକତାନ୍ତ୍ରିକ ଭାବେ ଜନତା ବିଜେପି ସରକାର ଉପରେ ବୁଲଡୋଜର ଚଳାଇବେ ।