ମୋ ଫୋନ୍ ଟ୍ୟାପିଂ କରୁଛନ୍ତି ମୋଦି ସରକାର । ପ୍ରଧାନମନ୍ତ୍ରୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଦିଦି

ପ୍ରଧାନମନ୍ତ୍ରୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ

210

କନକ ବ୍ୟୁରୋ: ମୋ ଫୋନ୍ ଟ୍ୟାପିଂ କରୁଛନ୍ତି ମୋଦି ସରକାର । ପ୍ରଧାନମନ୍ତ୍ରୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ ସମୟରୁ ମୋଦିଙ୍କୁ ବିଭିନ୍ନ ପ୍ରସଙ୍ଗ ନେଇ ଟାର୍ଗେଟ କରିଆସିଛନ୍ତି । ଆଉ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର କେନ୍ଦ୍ର ସରକାରଙ୍କ ଉପରେ ଏକ ଗମ୍ଭୀର ଆରୋପ ଲଗାଇଛନ୍ତି। ସେ ଅଭିଯୋଗ ଆଣି କହିଛନ୍ତି, ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଫୋନ୍ ଟ୍ୟାପିଂ କରୁଛନ୍ତି। ମୋଦୀ ସରକାରଙ୍କ ଏଜେନ୍ସିଂ ତାଙ୍କ ଫୋନ୍ ଟ୍ୟାପିଂ କରୁଛନ୍ତି ବୋଲି ତାଙ୍କ ପାଖରେ ଉପଯୁକ୍ତ ପ୍ରମାଣ ରହିଛି ବୋଲି କହିଛନ୍ତି ମମତା।
ହ୍ଵାଟ୍ସଆପ୍ ପ୍ରସଙ୍ଗରେ ନିଜ ବୟାନ ରଖି ମମତା ବାନାର୍ଜୀ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଲୋକସଭା ନିର୍ବାଚନ ସମୟରେ ଅତି କମରେ ମମତା କହିଛନ୍ତି କି ‘ଏବେ ଆଉ କିଛି ବି ସୁରକ୍ଷିତ ନୁହେଁ, ଏପରିକି ହ୍ଵାଟ୍ସଆପ୍ ମଧ୍ୟ। ପୂର୍ବରୁ ଧାରଣା ରହିଥିଲା ଯେ ହ୍ଵାଟ୍ସଆପରେ ଆମ ତଥ୍ୟ ସୁରକ୍ଷିତ। ମାତ୍ର ଏବେ ହ୍ଵାଟ୍ସଆପ ବି ଭରସାଯୋଗ୍ୟ ନୁହେଁ। ମୁଁ ଚାହୁଛି ମୋଦୀ ସରକାର ଏହାର ତଦନ୍ତ କରାନ୍ତୁ।

Comments are closed.